ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ରାଜ୍ୟରେ ଛୁଆଙ୍କ ସଂକ୍ରମଣକୁ ନେଇ ଘାରୁଥିଲା ଚିନ୍ତା। ତୃତୀୟ ଲହର ଛୁଆଙ୍କ ପାଇଁ ଘାତକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏନେଇ ଅଭିଭାବକମାନେ ଛାନିଆ ହୋଇ ଯାଇଥିଲେ। ଏପରିକି କିଛି ଦିନ ହେବ ୧୮ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ସେଥିରେ ସାମାନ୍ୟ ବ୍ରେକ୍ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୩ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୬୬ ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୩, ବରଗଡ଼ରୁ ୭, ଭଦ୍ରକରୁ ୧୪, ବଲାଙ୍ଗିରରୁ ୨, ବୌଦ୍ଧରୁ ୧, କଟକରୁ ୬୬, ଦେବଗଡ଼ରୁ ୩, ଢେଙ୍କାନାଳରୁ ୯, ଗଜପତିରୁ ୯, ଗଂଜାମରୁ ୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝର- ୧୪, କୋରାପୁଟରୁ ୩, ମାଲକାନଗିରିରୁ ୫,ମୟୂରଭଂଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୧୮,ସମ୍ବଲପୁରରୁ ୧୪, ସୁବର୍ଣ୍ଣପୁରରୁ ୨, ସୁନ୍ଦରଗଡ଼ରୁ ୧୫, ଷ୍ଟେଟପୁଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୮୦୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯୯୭୭୯୦ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ କେସ୍ ହେଉଛି ୬୯୦୦।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୭ ମୃତକଙ୍କ ମଧ୍ୟରେ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୨ ଲେଖାଏଁ ଓ ପୁରୀରୁ ଜଣେ କରୋନାରେ ଆଖି ବୁଜିଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୬୨କୁ ବୃଦ୍ଧି ପାଇଛି।
The post ରାଜ୍ୟରେ ଛୁଆ ସଂକ୍ରମଣରେ ଲାଗିଲା ସାମାନ୍ୟ ବ୍ରେକ୍ appeared first on Odisha Reporter.
from Odisha Reporter https://ift.tt/3tj8Ufc
No comments:
Post a Comment