ସରିନି ପଞ୍ଜଶିର ଯୁଦ୍ଧ, ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ସରିନି ପଞ୍ଜଶିର ଯୁଦ୍ଧ, ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍‌

କାବୁଲ: ଶେଷ ହୋଇନି ଯୁଦ୍ଧ, ସରିନି ପଞ୍ଜଶିର ଲଢ଼େଇ। ଆଫଗାନିସ୍ତାନର ପଞ୍ଜଶିର ପ୍ରଦେଶକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନ ଦାବି କରିବାର ଗୋଟିଏ ଦିନ ପରେ ତାଲିବାନର ଅଡ୍ଡା ଉପରେ ହୋଇଛି ଏୟାରଷ୍ଟ୍ରାଇକ୍‌। ଉଭୟ ପକ୍ଷରୁ ଜାରି ରହିଛି ଗୁଳିମାଡ। ତେବେ ଏହି ଆକ୍ରମଣ କିଏ କରିଛି ତାହା ଜଣାପଡିନାହିଁ।

ସ୍ଥାନୀୟ ଗଣମାଧ୍ୟମ କାବୁଲ ନ୍ୟୁଜ ରିପୋର୍ଟ ମୁତାବକ, ଆଜି ସାକଳୁ ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମିରିକ ବିମାନ ତାଲିବାନ ଠିକଣାଗୁଡିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍‌ କରିଛି। ତେବେ ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି, କେତେ କ୍ଷତି ଘଟିଛି ସେ ନେଇ ବର୍ତ୍ତମାନ ଯାଏଁ କିଛି ସୂଚନା ମିଳିନାହିଁ।

ସୋମବାର ପଞ୍ଜଶିରକୁ ପୂରା କବ୍‌ଜା କରିଥିବା ନେଇ ତାଲିବାନ ଦାବି କରିଥିଲା। ଏପରିକି ପଞ୍ଜଶିର ଗଭର୍ଣ୍ଣର ଅଫିସ ଆଗରେ ଠିଆ ହୋଇ ପତାକା ଉଡାଇଥିଲା ତାଲିବାନ। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ପଞ୍ଜଶିର ବର୍ତ୍ତମାନ ତାଲିବାନ ଅଧୀନରେ ଥିବା ନେଇ ଦାବି କରିଥିଲେ। ବିଦ୍ରୋହୀ ବାହିନୀର ଅନେକ ସଦସ୍ୟ ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଆହୁରି ଅନେକ ଖସି ପଳାଇଛନ୍ତି। ଏଥିସହ ଆଫଗାନିସ୍ତାନରେ ବର୍ତ୍ତମାନ ଯଦି ସରକାର ଗଠନରେ କେହି ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କୁ ପଞ୍ଜଶିର ଭଳି ସ୍ଥିତି ଭୋଗିବାକୁ ପଡି ବୋଲି ସେ ଧମକ ମଧ୍ୟ ଦେଇଥିଲେ।

ପଞ୍ଜଶିରରେ ଅବସ୍ଥିତ ନର୍ଦ୍ଦନ ଆଲିଆନ୍ସ ନାମକ ସଙ୍ଗଠନ ଗୋରିଲା ଯୁଦ୍ଧ ଜରିଆରେ ତାଲିବାନକୁ କଡା ଟକ୍କର ଦେଉଛି। ବର୍ତ୍ତମାନ ଯାଏଁ ସେମାନେ ହାର୍‌ ମାନିନାହାନ୍ତି। ଆଫଗାନିସ୍ତାନର ପୂର୍ବତନ ରାଷ୍ଟପତି ଅମରୁଲ୍ଲା ସାଲେ ଏବଂ ତାଲିବାନ ବିରୋଧୀ ଅହମଦ ଶହା ମାସୁଦଙ୍କ ପୁଅ ଅହମଦ ମାସୁଦ ଏହି  ନର୍ଦ୍ଦନ ଆଲିଆନ୍ସର ନେତୃତ୍ୱ ନେଇଛନ୍ତି। ସୋମବାର ତାଲିବାନର ଦାବିକୁ ଖଣ୍ଡନ କରି ମାସୁଦ କହିଥିଲା ଯେ, ନର୍ଦ୍ଦନ ଆଲିଆନ୍ସ ରକ୍ତର ଶେଷ ବିନ୍ଦୁ ଯାଏ ଲେଢ଼ଇ ଜାରି ରଖିବ।

ସୂଚନା ମୁତାବକ, ପଞ୍ଜଶିରକୁ କବ୍‌ଜା କରିବା ପାଇଁ ଗତ ୨୫ ଦିନ ହେଲା ଲଢ଼େଇ ଜାରି ରହିଛି। ସୋମବାର ତାଲିବାନର ଆକ୍ରମଣରେ ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଏବଂ ଜେନରାଲଙ୍କ ମୃତ୍ୟୁ ହୋଇଥିବଲା। ଏହା ପରେ ବି‌ଦ୍ରୋହୀ ବାହିନୀ ଏନ୍‌ଆରଏଫ୍‌ ନେତା ଅହମଦ ମାସୁଦ ୧୯ ମିନିଟ୍‌ର ଏକ ଅଡିଓ ଜାରି କରିଥିଲା। ମାସୁଦ କହିଥିଲେ ଯେ, ତାଲିବାନ ପାକିସ୍ତାନଠାରୁ ସହଯୋଗ ପାଉଛି। ପଞ୍ଜଶିର ଉପରେ ଆକ୍ରମଣ ପାଇଁ ତାଲିବାନ ସକ୍ଷମ ନୁହେଁ। ଏଥିପାଇଁ ପାକିସ୍ତାନ ‌ଡ୍ରୋନ୍‌ ଏବଂ ହେଲିକପ୍ଟର ଦ୍ୱାରା ତାଲିବାନକୁ ସହଯୋଗ କରୁଛି।

The post ସରିନି ପଞ୍ଜଶିର ଯୁଦ୍ଧ, ତାଲିବାନ ଠିକଣା ଉପରେ ଏୟାରଷ୍ଟ୍ରାଇକ୍‌ appeared first on Odisha Reporter.



from Odisha Reporter https://ift.tt/3C1ZKan

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages