‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପି ସରକାର ଭିତରେ ରାଜନୀତିକ ଆଲୋଡ଼ନ ଲଗାତର ଜାରି ରହିଛି। କଂଗ୍ରେସ ହତ ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ବିଧାୟକ ଶ୍ରୀମନ୍ତ ପାଟିଲ୍ ନିଜର କଟୁ ମନ୍ତବ୍ୟ ଦ୍ୱାରା ଲଗାତର ଚର୍ଚ୍ଚା ସାଉଁଣ୍ଟୁଛନ୍ତି। ଏବେ ସେ ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦୁଇ ବର୍ଷ ତଳେ କଂଗ୍ରେସରୁ ଅଲଗା ହେବା ପାଇଁ ବିଜେପି ତାଙ୍କୁ ଟଙ୍କା ଯାଚିଥିଲା। ହେଲେ ସେ ଦୃଢତାର ସହ କହିଛନ୍ତି ଯେ ସେ ବିନା ଟଙ୍କାରେ ବିଜେପିରେ ସାମିଲ୍ ହୋଇଥିଲେ।

ଶ୍ରୀମନ୍ତ ପାଟିଲ ସେହି ୧୬ ଜଣ ବିଧାୟକଙ୍କ ମଧ୍ୟରେ ସାମିଲ୍ ଥିଲେ, ଯେଉଁମାନେ ୨୦୧୯ରେ କଂଗ୍ରେସ ଓ ଜେଡିଏସ୍ ଛାଡ଼ି ବିଜେପିକୁ ଆସିଥିଲେ। ଯାହା ପରେ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱାଧିନ ମେଣ୍ଟ ସରକାର ଭାଙ୍ଗିଯାଇଥିଲା। ଶ୍ରୀମନ୍ତ ପାଟିଲ୍ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିର ହାତ ଧରିଥିଲେ। ହେଲେ ସେ ଟଙ୍କା ପାଇଁ ବିଜେପିକୁ ଆସିନଥିବା କହିଛନ୍ତି।

ସେ କହିଛନ୍ତି, ‘ଯେତେବେଳେ ମୁଁ କଂଗ୍ରେସ ଛାଡ଼ିଲି ବିଜେପି ମୋତେ ପଚାରିଥିଲା ଯେ କେତେ ଟଙ୍କା ଦରକାର। ସେତେବେଳେ ମୁଁ ଟଙ୍କାଟିଏ ବି ନେଇ ନଥିଲି। ଏହା ବଦଳରେ ମନ୍ତ୍ରୀ ପଦ ମିଳିଲେ ଲୋକଙ୍କ ସେବା କରିବି ବୋଲି କହିଥିଲି।’ ଶ୍ରୀମନ୍ତଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ତେଜିବା ପରେ ସେ ଏହାକୁ ଖାରଜ କରିଥିଲେ।

ଶ୍ରୀମନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସେମାନେ ମୋତେ ଟଙ୍କା ଅଫର୍ କରିନଥିଲେ। ମୁଁ ଭୁଲ୍ ଶବ୍ଦର ପ୍ରୟୋଗ କରିଛି। କେହିବି ମୋତେ ପ୍ରଲୋଭନ ଦେଖାଇବାକୁ ପ୍ରୟାସ କରିନାହାନ୍ତି। ମୁଁ ମୋ ନୀତି ଯୋଗୁ ବିଜେପିରେ ସାମିଲ୍ ହୋଇଛି।

ଶ୍ରୀମନ୍ତ ପାଟିଲ କର୍ଣ୍ଣାଟକର କାଗୱାଡରୁ ବିଧାୟକ ଅଛନ୍ତି। ବର୍ତ୍ତମାନ କ୍ୟାବିନେଟରେ ଶ୍ରୀମନ୍ତଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଛନ୍ତି ଯେ ତାଙ୍କୁ କାହିଁକି କ୍ୟାବିନେଟରେ ସାମିଲ୍ କରାଗଲା ନାହିଁ, ସେ ଜାଣନ୍ତି ନାହିଁ।

ଅନ୍ୟପକ୍ଷରେ କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଶ୍ରୀମନ୍ତ ପାଟିଲ୍ ଯାହା କହିଛନ୍ତି ସବୁ ସତ। ବିଜେପି ଶ୍ରୀମନ୍ତଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏବେ ସେ ସତ କହିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏସିବି ଏହି ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ଶିବକୁମାର କହିଛନ୍ତି।

The post ‘ଯେତେବେଳେ କଂଗ୍ରେସ ଛାଡ଼ିଲି, ବିଜେପି ମୋତେ ଟଙ୍କା ଯାଚିଥିଲା’ appeared first on Odisha Reporter.



from Odisha Reporter https://ift.tt/3hn4LCn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages