ପେଗାସସ୍‌ ମାମଲା: କ’ଣ କରୁଛନ୍ତି ସରକାର? ଭର୍ତ୍ସନା କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ପେଗାସସ୍‌ ମାମଲା: କ’ଣ କରୁଛନ୍ତି ସରକାର? ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ପେଗାସସ୍‌ ବିବାଦ ମାମଲାରେ ବର୍ତ୍ତମାନ ଯାଏଁ କେନ୍ଦ୍ର ସରକାର କ’ଣ କରିଛନ୍ତି? ଏଯାଏଁ ଆଫିଡେଭିଟ୍‌ ଦାଖଲ କାହିଁକି ହୋଇନାହିଁ? ପର୍ସନାଲ ଫୋନ୍‌ର ହ୍ୟାକିଂ ହୋଇଛି ନା ନାହିଁ? ଏସବୁ ପ୍ରଶ୍ନ ପଚାରି ଆଜି କେନ୍ଦ୍ର ସରକାରଙ୍କୁ ପେଗାସସ୍‌ ବିବାଦ ମାମଲାରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

ପେଗାସସ ମାମଲାରେ କୋର୍ଟଙ୍କ ତଦାରଖରେ ଏସ୍‌ଆଇଟି ତଦନ୍ତ ପାଇଁ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେଇଛି। ସିଜେଇ ଏନ୍‌ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଏସ୍ ବୋପାନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ପେଗାସସ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ।

ସିଜେଆଇ ରାମନ୍ନା କହିଛନ୍ତି ଯେ ଆପଣ ବାରମ୍ବାର ସମାନ ଜିନିଷକୁ ଦୋହରାଉଛନ୍ତି। ଆମେ ଜାଣିବାକୁ ଚାହୁଁଛୁ ସରକାର କ’ଣ କରୁଛନ୍ତି? ଆମେ ଜାତୀୟ ସ୍ୱାର୍ଥ ପ୍ରସଙ୍ଗରେ ଯାଉନାହୁଁ। ଆମର ଚିନ୍ତା ସୀମିତ ଲୋକମାନଙ୍କ ବିଷୟରେ। ଆପଣ କାହିଁକି ଏଯାଏଁ ଆଫିଡେଭିଟ୍‌ ଦାଖଲ କରି ନାହାନ୍ତି? ସଂସଦରେ ଆଇଟି ମନ୍ତ୍ରୀଙ୍କ ବିବୃତ୍ତି ଅନୁଯାୟୀ ବୈଷୟିକ ବିଶ୍ଳେଷଣ ବିନା ଫୋନର ମୂଲ୍ୟାଙ୍କନ କରିବା କଷ୍ଟକର ବୋଲି କହି କେନ୍ଦ୍ର ସରକାରଙ୍କୁ ସିଜେଆଇ ଭର୍ତ୍ସନା କରିଛନ୍ତି। ଏହା ସହ ପେଗାସସ୍ ମାମଲାରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

ସେପଟେ କୋର୍ଟଙ୍କ ପ୍ରଶ୍ନରେ ସରକାର କହିଛନ୍ତି, ଆମର ଲୁଚାଇବାକୁ କିଛି ନାହିଁ, କିନ୍ତୁ ଜାତୀୟ ସୁରକ୍ଷା କାରଣରୁ ଆମେ ଏହା ଉପରେ ଏକ ଆଫିଡେଭିଟ୍ ଦାଖଲ କରିପାରିବୁ ନାହିଁ। ସରକାରଙ୍କ ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଆଫିଡେଭିଟ୍ ମାଧ୍ୟମରେ ଏ ବିଷୟରେ କିଛି କୁହାଯାଇପାରିବ ନାହିଁ। ଆଫିଡେଭିଟ୍ ଦାଖଲ କରିବା ଏବଂ ପରେ ଏହାକୁ ସାର୍ବଜନୀନ କରିବା ସମ୍ଭବ ନୁହେଁ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ କେଉଁ ସଫ୍ଟୱେୟାର ବ୍ୟବହାର କରୁଛୁ ଜାଣିବା ପାଇଁ ଆତଙ୍କବାଦୀଙ୍କୁ ସୁଯୋଗ ଦେଇପାରିବୁ ନାହିଁ।

କୋର୍ଟ କହିଛନ୍ତି, ଆମେ ଏକ ଉତ୍ତର ଖୋଜିଛୁ ଯେଉଁମାନଙ୍କ ଫୋନ୍ ଟ୍ୟାପ୍ ହୋଇଥିବା ଅଭିଯୋଗ ହେଉଛି ତା ସତ କି ମିଥ୍ୟା? ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ‘ଗତଥର ମଧ୍ୟ ଆପଣ ଜାତୀୟ ସୁରକ୍ଷା ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଆମେ କହିଥିଲୁ ଯେ ଏହି ପ୍ରସଙ୍ଗରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଲୋକଙ୍କ ଫୋନ୍ ହ୍ୟାକିଂ ବିଷୟରେ ଆମେ ବ୍ୟକ୍ତିଗତ ଭାବରେ ଆପଣଙ୍କଠାରୁ ଉତ୍ତର ଖୋଜୁଛୁ।’

ଗତ ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ କହିଥିଲେ ଯେ ଏ ବାବଦରେ ସବିଶେଷ ପ୍ରମାଣପତ୍ର ଦାଖଲ କରାଯିବାକୁ ବିଚାର ଚାଲିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଏହାର ଜବାବ ମାଗିଥିଲେ। ଏହି ମାମଲାର ସମସ୍ତ ଦିଗ ଉପରେ ଦୃଷ୍ଟି ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ରର ପ୍ରସ୍ତାବକୁ ଯାଞ୍ଚ କରାଯିବ ବୋଲି ଖଣ୍ଡପୀଠ କହିଥିଲେ।

The post ପେଗାସସ୍‌ ମାମଲା: କ’ଣ କରୁଛନ୍ତି ସରକାର? ଭର୍ତ୍ସନା କଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/2YRlBCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages