ଆଇଏଏସ ଟିନା ଡାବିଙ୍କ ଉଉଣୀ ହେଲେ ୟୁପିଏସସି ଟପ୍ପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ଆଇଏଏସ ଟିନା ଡାବିଙ୍କ ଉଉଣୀ ହେଲେ ୟୁପିଏସସି ଟପ୍ପର

ନୂଆଦିଲ୍ଲୀ:  ଆଇଏଏସ ଟିନା ଡାବିଙ୍କ ଭଉଣୀ ରିଆ ଡାବି ୨୦୨୦ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଟପ୍ ୨୫ ମଧ୍ୟରେ ରିଆ ୧୫ ତମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ହୋଇଥିଲେ। ଭଉଣୀର ସଫଳତା ଉପରେ ଖୁସି ବ୍ୟକ୍ତ କରି ଟିନା ଡାବି ଲେଖିଛନ୍ତି, ମୁଁ ଖୁସି ଯେ ମୋର ସାନ ଭଉଣୀ ରିଆ ଡାବି ୨୦୨୦ ୟୁପିଏସସି ପରୀକ୍ଷାରେ ୧୫ ତମ ସ୍ଥାନ ହାସଲ କରିଛି।

ଟିନା ଡାବି ୨୦୧୬ରୁ ଜଣେ ଆଇଏସ୍ ଏବଂ ବର୍ତ୍ତମାନ ରାଜସ୍ଥାନ ସରକାରରେ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବରେ କାମ କରୁଛନ୍ତି।

ସୂଚନାଯୋଗ୍ୟ, ବିହାର କାଟିହରର ଶୁଭମ କୁମାର ୟୁପିଏସସି ୨୦୨୦ର ଟପ୍ପର ହୋଇଛନ୍ତି। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। 19 ବର୍ଷ ପରେ ବିହାରରୁ ଶୁଭମ ହୋଇଛନ୍ତି ୟୁପିଏସସି ଟପ୍ପର। ବିହାରର ଆଲୋକ ରଂଜନ ଝା ୨୦୦୧ରେ ୟିପିଏସସିରେ ଟପ୍ପର ହୋଇଥିଲେ।

ପରୀକ୍ଷାରେ ଟପ୍ପର ହେବା ପରେ ଶୁଭମ କହିଛନ୍ତି, ମୋର ସ୍ୱପ୍ନ ପୂରଣ ହୋଇଛି । ଏକ ଛୋଟିଆ ଗାଁରୁ ଆସିଥିବା ଏହି ଟପ୍ପର ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାମ କରିବା ବେଳେ ଗ୍ରାମାଞ୍ଚଳର ବିକାଶ, ରୋଜଗାର ସୃଷ୍ଟି ଏବଂ ଦାରିଦ୍ର୍ୟ ଦୂରିକରଣ ଉପରେ ତାଙ୍କର ଫୋକସ ରହିବ। ୨୪ ବର୍ଷୀୟ ଶୁଭମ ତୃତୀୟ ପ୍ରୟାସରେ ସେ ଏହି ସ୍ଥାନରେ ପହଂଚିଥିବା କହିଛନ୍ତି । ସେ ଇଚ୍ଛାଧୀନ ଭାବରେ ଆନ୍ଥ୍ରୋପୋଲୋଜି ରଖିଥିଲେ।

୨୦୧୯ ୟୁପିଏସସି ପରୀକ୍ଷାରେ ଶୁଭମ ଯୋଗ୍ୟତା ହାସଲ କରିବା ପରେ ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସର୍ଭିସ (IDAS) କୁ ମନୋନୀତ ହୋଇଥିଲେ। ସେହିପରି ୨୦୧୮ ପରୀକ୍ଷାରେ ସେ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ। ଆଇଆଇଟି ବମ୍ବେରୁ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ କରିଥିଲେ ଶୁଭମ।

The post ଆଇଏଏସ ଟିନା ଡାବିଙ୍କ ଉଉଣୀ ହେଲେ ୟୁପିଏସସି ଟପ୍ପର appeared first on Odisha Reporter.



from Odisha Reporter https://ift.tt/3zGtbwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages