ମୁମ୍ବାଇ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ପଞ୍ଜାବ ରାଜନୀତି ଯେତେ ସରଗରମ ରହିଛି ତାହାଠୁ ଅଧିକ ହଟଚମଟ ସୋଶାଲ ମିଡିଆରେ ସୃଷ୍ଟି ହୋଇଛି। ସିଦ୍ଧୁଙ୍କ ଇସ୍ତଫା ପରେ ସୋଶାଲ ମିଡିଆ ୟୁଜର୍ସ ଅର୍ଚ୍ଚନା ପୁରନସିଂଙ୍କୁ ଖୁବ୍ ଟ୍ରୋଲ୍ କରିବା ସହ ତାଙ୍କ ମିମ୍ସ ଭାଇରାଲ କରିବାରେ ଲାଗିଛନ୍ତି।
ପଦରେ ରହିବେନି ହେଲେ ପାର୍ଟିରେ ରହିବେ ବୋଲି ଗତକାଲି ଟ୍ୱିଟ କରି ଜଣାଇଥିଲେ ନବଜୋତ ସିଂ ସିଦ୍ଧୁ । ଏହାପରେ ଟ୍ୱିଟରରେ ଟ୍ରେଣ୍ଡ କଲେ ଅର୍ଚ୍ଚନା ପୂରଣସିଂ । ଟ୍ୱିଟରରେ ସବୁଠି ଏବେ ତାଙ୍କ ଫଟୋ ଓ ମିମ୍ସ ଦେଖିବାକୁ ମିଳୁଛି।
କେହି କେହି ଯୁଜର ସିଦ୍ଧୁ ଇସ୍ତଫା ଦେବା ପରେ ଅର୍ଚ୍ଚନା ଅପସେଟ୍ ହୋଇ ଯାଇଥିବା ଟ୍ୱିଟ କରୁଥିବା ବେଳେ କେହି କେହି ଅର୍ଚ୍ଚନାଙ୍କ କ୍ୟାରିଅର ସଙ୍କଟକୁ ଚାଲି ଯାଇଥିବା କହିଛନ୍ତି। ଏପରିକି ସିଦ୍ଧୁ ପୁଣି ଥରେ କପିଲ ଶର୍ମଙ୍କ ଶୋ’କୁ ଫେରିବା ସମ୍ଭାବନା ଥିବାରୁ ଅର୍ଚ୍ଚନାକୁ ବାହାର ରାସ୍ତା ଦେଖିବାକୁ ପଡ଼ିପାରେ ବୋଲି ବି କିଛି ୟୁଜର୍ସ କମେଣ୍ଟ କରିଛନ୍ତି ।
ଏବେ ଅର୍ଚ୍ଚନାଙ୍କୁ ଚାକିରି ବିପଦରେ, ତାଙ୍କୁ ନୂଆ ଚାକିରି ଦରକାର ବୋଲି ବହୁ ୟୁଜର୍ସ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ସିଦ୍ଧୁଙ୍କ ଇସ୍ତଫା ଯୋଗୁ ଟେନସନକୁ ଆସି ଯାଇଥିବା ଅର୍ଚ୍ଚନା ଜବ୍ ସାଇଟ୍ରେ ଆବେଦନ କରିବା ଆରମ୍ଭ କଲେଣି। ଅର୍ଚ୍ଚନା ଏବେ ରାହୁଲଙ୍କଠାରୁ ବି ଅଧିକ ଚିନ୍ତାରେ ଥିବା କିଛି କହିଛନ୍ତି।
ଏକଦା ଅର୍ଚ୍ଚନା କହିଥିଲେ ଯେ, ସିଦ୍ଧୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ତାଙ୍କ ଘରକୁ ଫୁଲଦାନୀ ଆସିବାକୁ ଲାଗିଲା। ସିଦ୍ଧୁ ଗଲେ, ଏବେ ଆପଣ ଆରାମରେ ଜଜ୍ ଆସନ ସମ୍ଭାଳନ୍ତୁ ବୋଲି କହି ବହୁ ଶୁଭେଚ୍ଛ ଏପରି ଫୁଲର ବର୍ଷା କରିବାକୁ ଲାଗିଥିଲେ।
ଏପରିକି ସିଦ୍ଧୁଙ୍କ ଇସ୍ତଫା ପରେ ମଜାକ ମଜାକରେ ଅର୍ଚ୍ଚନା କହିଥିଲେ ଯେ, ଏବେ ତାଙ୍କ ଆସନ ସଙ୍କଟରେ। କାରଣ ସିଦ୍ଧୁ ସେଠାରୁ ଇସ୍ତଫା ଦେଇ କପିଲ ଶର୍ମା ଶୋ’କୁ ଆସିଗଲେ ତାଙ୍କୁ ବାହାର ରାସ୍ତା ଦେଖିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ସିଦ୍ଧୁ ବହୁ ଦିନ ପର୍ଯ୍ୟନ୍ତ କପିଲ ଶର୍ମା ଶୋ’ ଜଜ୍ କରିଥିବା ବେଳେ ଥରେ ପାକିସ୍ତାନକୁ ନେଇ ଦେଇଥିବା ଏକ ମନ୍ତବ୍ୟ ତାଙ୍କୁ ଭାରି ପଡ଼ିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିବା ବେଳେ ସିଦ୍ଧୁଙ୍କୁ ଏହି ଶୋ’ ଛାଡ଼ିବାକୁ ପଡ଼ିଥିଲା। ଏହାପରଠୁ ଅର୍ଚ୍ଚନା ଏହି କୁର୍ସି ସମ୍ଭାଳି ଆସିଛନ୍ତି।
The post ଇସ୍ତଫା ଦେଲେ ସିଦ୍ଧୁ, ଅର୍ଚ୍ଚନାଙ୍କ ଆସନ ଟଳମଳ appeared first on Odisha Reporter.
from Odisha Reporter https://ift.tt/3igHORT
No comments:
Post a Comment