ଜଳ ସମାଧି ନେବାକୁ ଧମକ ଦେଲେ ଜଗତଗୁରୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ଜଳ ସମାଧି ନେବାକୁ ଧମକ ଦେଲେ ଜଗତଗୁରୁ

ଅଯୋଧ୍ୟା: ଜଗତଗୁରୁ ଆଚାର୍ଯ୍ୟ ପରମାହଂସ ମହାରାଜଙ୍କ ବିବାଦୀୟ ଦାବି। ଗାନ୍ଧୀ ଜୟନ୍ତୀ ଭିତରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ। ନହେଲେ ଜଳ ସମାଧି ନେବେ ବୋଲି କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି ଜଗତଗୁରୁ।

ମଙ୍ଗଳବାର ଦିନ ଜଗତଗୁରୁ ଗଣମାଧ୍ୟମ ଆଗରେ ଏଭଳି ବିବାଦୀୟ ଦାବି ରଖିଛନ୍ତି। ସେ କହିଥିଲେ, ‘୨ ଅକ୍ଟୋବର ଭିତରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ। ନଚେତ ସରୟୁ ନଦୀ ଜଳରେ ସମାଧି ନେବି। ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ନାଗରିକତ୍ୱକୁ କେନ୍ଦ୍ର ରଦ୍ଦ କରିବା ଉଚିତ।’

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି। ଏହି ସମୟ ଭିତରେ ସନ୍ଥ ସମାଜର ଏକ ବିଭାଗ ଚାହୁଁଛି ଯେ ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷିତ କରାଯାଉ। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି।

ଉତ୍ତର ପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳର ନେତା ବ୍ୟସ୍ତ ଅଛନ୍ତି। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ଅଯୋଧ୍ୟା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା କିଣାଯାଇଥିବା ଜମିକୁ ନେଇ ଉପରେ ପ୍ରଶ୍ନ ଉଠାଇଥିଲେ। ଏଭଳି ପରିସ୍ଥିତିରେ ଟ୍ରଷ୍ଟ ବିରୋଧରେ ଆସିଥିବା ଅଭିଯୋଗ ଭୁଲ ଏବଂ ଏସପି ଏବଂ ଏଏପି ଉପରେ ହଜାର କୋଟି ଟଙ୍କା ମାନହାନୀ ମକଦ୍ଦମା କରିବାକୁ ସେ କହିଥିଲେ।

The post ଜଳ ସମାଧି ନେବାକୁ ଧମକ ଦେଲେ ଜଗତଗୁରୁ appeared first on Odisha Reporter.



from Odisha Reporter https://ift.tt/39ODrZE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages