ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ରାଜସ୍ଥାନ ଏବଂ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନେଇ କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଏବେ ଦଳର ପୁରୁଣା ଷ୍ଟଲଓ୍ୱାର୍ଟଙ୍କୁ ଚେହେରା ନକରି ଯୁବ ନେତାଙ୍କୁ ଚେହେରା କରିବାକୁ ଲକ୍ଷ୍ୟ ରଖିଛି। ଯାହାର ଉଦାହରଣ ପଞ୍ଜାବର ସମୀକରଣ। ତେଣୁ ଏହି ଫର୍ମାଲାକୁ ଏବେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଆପଣାଇପାରେ ବୋଲି କୁହାଯାଇଛି।
ରାଜସ୍ଥାନରେ କଂଗ୍ରେସର ଷ୍ଟଲଓ୍ୱାର୍ଟ ନେତା ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ହେଲେ ଏହି ପଦକୁ ନେଇ ରାଜ୍ୟର ଅନ୍ୟତମ ୟଙ୍ଗ ଆଣ୍ଡ ଏନର୍ଜେଟିକ ଚେହେରା ସଚିନ ପାଇଲଟ ମଧ୍ୟ ଦାବିଦାର। ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଉଭୟ କ୍ୟାମ୍ପ ଦାବି କଲେ ମଧ୍ୟ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ହେଲେ ଏବେ କଂଗ୍ରେସର ସମୀକରଣ ବଦଳୁଥିବା ଦେଖି ପାଇଲଟ କ୍ୟାମ୍ପ ଏବେ ଉତ୍ସାହିତ ଅଛି। ଏହାରି ଭିତରେ ସଚିନ ପାଇଲଟ ଶୁକ୍ରବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ।
ଗୋଟିଏ ସପ୍ତାହରେ ତିନି ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଏହା ମଧ୍ୟ କୁହାଯାଉଛି ଯେ ଗୁଜୁରାଟ ଭଳି ନିର୍ବାଚନ ରାଜ୍ୟରେ ପାଇଲଟଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ। ସପ୍ତାହ ମଧ୍ୟରେ ଦୁଇଥର ଦିଲ୍ଲୀ ଦରବାରରେ ପାଇଲଟଙ୍କ ଉପସ୍ଥିତି ଗୁଜୁରାଟ ଏବଂ ଛତିଶଗଡରେ ନେତୃତ୍ୱର ପରିବର୍ତ୍ତନ ନେଇ ଆଭାସ ମଧ୍ୟ ଦେଇଛି।
ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ପୁରୁଣା। ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ନିରବ ରହିଛନ୍ତି। ହେଲେ ତାଙ୍କର ଦାବି ପୂରଣ ହୋଇନି ବୋଲି କୁହାଯାଉଛି। ତେଣୁ ଏବେ ଅମରିନ୍ଦରଙ୍କ ଓ୍ୱିକେଟ ଗଡିଲା ଭଳି ଏହି ସିରିଜରେ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଓ୍ୱିକେଟ ନେଇପାରେ କଂଗ୍ରେସ। ଛତିଶଗଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂ ଦେଓ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ବସିବା ନେଇ ଦିଲ୍ଲୀ ଦରବାରରେ ଦାବି ଜୋରଦାର କରୁଛନ୍ତି ବୋଲି ସୂଚନା ରହିଛି। ହେଲେ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଆସନ ପରିବର୍ତ୍ତନ ନେଇ ଏବେ ସେମିତି କୈଣସି ଖବର ନାହିଁ।
The post ଅମରିନ୍ଦରଙ୍କ ପଦ ଯିବାପରେ ଗେହଲଟଙ୍କ ଛାତି ଧଡଧଡ appeared first on Odisha Reporter.
from Odisha Reporter https://ift.tt/3kGW080
No comments:
Post a Comment