ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 11, 2021

ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଚି।

ବ୍ରହ୍ମପୁର- ଦିଗପହଣ୍ଡି ୨୧୭ ନଂ ଜାନୀୟ ରାଜପଥରେ ୨ ଟ୍ରକ୍‌ ବିପରୀତ ଦିଗରୁ ଯାଉଥିଲେ।  ମାତ୍ର ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ଉଭୟ ଟ୍ରକ୍‌ ମୁହାଁମୁହିଁ ପିଟି ହୋଇଥିଲେ।

ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ୨ଟି ଟ୍ରକ୍‌ ପରସ୍ପର ସହ ମୁହାଁମୁହିଁ ପିଟି ହେବା ପରେ ରାସ୍ତା ପାର୍ଶ୍ୱରେ ଥିବା ୨ ଘର ଉପରକୁ ମାଡ଼ି ଯାଇଥିଲେ। ହେଲେ ଉଭୟ ଘରର କେହିବି ସଦସ୍ୟ ଆହତ ହୋଇ ନ ଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ୨ ଟ୍ରକ୍‌  ମଧ୍ୟରୁ ଗୋଟିଏ ଟ୍ରକ୍‌ ପ୍ରଥମେ ରାସ୍ତା କଡରେ ଥିବା ଏକ ଡାଲା ଅଟୋକୁ ଧକ୍କା ଦେଇ ପରେ ଘର ଉପରକୁ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଡାଲା ଅଟୋ ବି ଚୁରମାର  ହୋଇ ଯାଇଛି।

ଏହି ଦୁର୍ଟଘଣାରେ ୨ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଏହି ଦୁର୍ଘଟଣା ଯୋଗୁ ବ୍ରହ୍ମପୁର- ଦିଗପହଣ୍ଡି ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ମୋଟର ଯାତାୟତ ବାଧାପ୍ରାପ୍ତ ହୋଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ଅଡ଼ି ବସିଛନ୍ତି।  ସକାଳ ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ନ ଥିବାରୁ ଯାତାୟତ ସ୍ୱାଭାବିକ ହୋଇପାରିନି।

The post ମୁହାଁମୁହିଁ ପିଟି ହେଲେ ୨ ଟ୍ରକ୍‌, ଘର ଉପରକୁ ମାଡ଼ି ଗଲେ appeared first on Odisha Reporter.



from Odisha Reporter https://ift.tt/3C1NoyO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages