କଟକ (ଓଡ଼ିଶା ରିପୋର୍ଟର): କଟକ ଏସସିବି ମେଡିକାଲରେ ଇକ୍ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏସ୍ସିବିରେ ଇକ୍ମୋରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ପ୍ରଥମ ରୋଗୀ।
ମୃତକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା। ଏହା ପରେ ତାଙ୍କୁ ଏସସିବି କରୋନା ଓ୍ଵାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗତକାଲି ଏସସିବି ଇକ୍ମୋ ୟୁନିଟ୍ରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଏଠାକୁ ଅଣାଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଛି।
ଏସସିବିର କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟ୍ରେ ଏବେ ମୋଟ ୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।
The post ଏସ୍ସିବିରେ ଇକ୍ମୋ ଚିକିତ୍ସାଧୀନ ବ୍ୟକ୍ତିଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3txMyXs
No comments:
Post a Comment