ରାତି ପାହିଲେ ପିପିଲି ଉପନିର୍ବାଚନ, ୩୪୮ କେନ୍ଦ୍ରରେ ହେବ ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ରାତି ପାହିଲେ ପିପିଲି ଉପନିର୍ବାଚନ, ୩୪୮ କେନ୍ଦ୍ରରେ ହେବ ମତଦାନ

ପିପିଲି( ଓଡ଼ିଶା ରିପୋର୍ଟର):  ରାତି ପାହିଲେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟଗ୍ରହଣ  । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି।  ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି  । ଆସନ୍ତା କାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

ଏହି ଉପନିର୍ବାଚନରେ ପିପିଲିର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଣ୍ଡଳୀରେ ୩୪୮ଟି  ମତଦାନ କେନ୍ଦ୍ର କରାଯାଇଛି  । ଏସବୁ ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦନଶୀଳ ରହିଛି । ମତଦାତାଙ୍କ ପରିଚୟ ଜାଣିବା ଲାଗି ଭୋଟର କାର୍ଡ ସହ ୧୧ଟି ଅନ୍ୟ ପ୍ରମାଣପତ୍ର ବ୍ୟବହାର କରାଯାଇପାରିବ । ମତଦାନ ଲାଗି ୨୨୦୦ ପୋଲିଂ ପର୍ସେନାଲ୍ ନିଯୁକ୍ତ ହୋଇଛନ୍ତି ।

ସେହିପରି ମତଦାନକୁ ସୁରୁଖୁରରେ ସମ୍ପାଦନ କରିବା ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ୱେବକାଷ୍ଟିଂ କିମ୍ବା ସିସିଟିଭି ସହ ଅନ୍ୟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ରାଜ୍ୟ ପୋଲିସର ୨ ହଜାର ପୋଲିସ ପର୍ସନେଲ, ୩ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୨ଟି ମୋବାଇଲ ପାର୍ଟି ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ।

କୋଭିଡ ଗାଇଡଲାଇନ୍ ଅନୁସାରେ ବୁଥରେ ସାମାଜିକ ଦୂରତ୍ୱ ସହ ମାସ୍କ, ସାନିଟାଇଜର୍ ନିୟମର ଅନୁପାଳନ ହେବ ।  ସେଥିଲାଗି ଡବଲ ଡୋଜ୍ ଟିକା ନେଇଥିବା କର୍ମଚାରୀଙ୍କୁ ହିଁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଯାଇଛି ।  କୋଭିଡ୍ ଲାଗି ପ୍ରତି ବୁଥ୍‌ରେ ହଜାରେ ଭୋଟରଙ୍କ ମତଦାନ ଲାଗି ବ୍ୟବସ୍ଥା ହୋଇଛି । ଥର୍ମାଲ ସ୍କାନିଂ ସହ ବୁଥ୍‌ରେ ସାମାଜିକ ଦୂରତ୍ୱ ରକ୍ଷା , ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି  । ଭୋଟରଙ୍କ ପାଇଁ ଗ୍ଲୋବସ୍ ବ୍ୟବସ୍ଥା ମଧ୍ୟ ହୋଇଛି। କେହି ଭୋଟର ଯଦି ଜ୍ୱରରେ ପୀଡିତ ଥିବେ ତେବେ ତାଙ୍କୁ ଚିରୁକୁଟି ଦିଆଯିବ ଓ ସେ ଶେଷ ଘଣ୍ଟାରେ ଆସି ମତଦାନ କରିବେ ।   ଅକ୍ଟୋବର ୩ ତାରିଖରେ ଭୋଟଗଣତି ହେବ ।

The post ରାତି ପାହିଲେ ପିପିଲି ଉପନିର୍ବାଚନ, ୩୪୮ କେନ୍ଦ୍ରରେ ହେବ ମତଦାନ appeared first on Odisha Reporter.



from Odisha Reporter https://ift.tt/3ohObIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages