ତାଲିବାନ ପଞ୍ଝାରେ ପଞ୍ଜଶିର! ତଥାପି ଲଢ଼େଇ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ତାଲିବାନ ପଞ୍ଝାରେ ପଞ୍ଜଶିର! ତଥାପି ଲଢ଼େଇ ଜାରି

କାବୁଲ: ଆଫଗାନିସ୍ତାନର ଶେଷ ପ୍ରଦେଶ ପଞ୍ଜଶିରକୁ ମଧ୍ୟ ବନ୍ଧୁକ ମୁନରେ ତାଲିବାନ ଦଖଲ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଶୁକ୍ରବାର ତାଲିବାନର ସଦସ୍ୟମାନେ ପଞ୍ଜଶିରରେ ସକ୍ରିୟ ଥିବା ବିରୋଧୀ ଗୋଷ୍ଠୀଙ୍କ ସହ ଲଢ଼େଇ କରି ପୂରା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି। ଏହାସହ ଏବେ ପୂରା ଆଫଗାନିସ୍ତାନ ତାଲିବାନର ହୋଇଯାଇଛି ବୋଲି ସଂଗଠନର ୩ଟି ସୂତ୍ରରୁ ଖବର ମିଳିଛି।

ତେବେ ସେଠାରେ ତାଲିବାନକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଥିବା ଅହମଦ ମାସୁଦଙ୍କ ନର୍ଦ୍ଦନ ଆଲିଆନ୍ସ ଏହି ଦାବିକୁ ଖଣ୍ଡନ କରିଛି। ଏବେ ବିଭିନ୍ନ ସ୍ଥାନରେ ଲଢ଼େଇ ଚାଲିଛି ଓ ତାଲିବାନ କେବେ ହେଲେ ପଞ୍ଜଶିରକୁ ସଂପୂର୍ଣ୍ଣ ଭାବେ ଦଖଲ କରିପାରିବ ନାହିଁ ବୋଲି ଆଲିଆନ୍ସ ପକ୍ଷରୁ କୁହାଯାଇଛି।

ସେହିପରି ପଞ୍ଜଶିରରେ ଥିବା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ି ଫେରାର ହୋଇଯାଇଥିବା ଖବର କେବଳ ଗୁଜବ ବୋଲି ସେ ନିଜେ କହିଛନ୍ତି। ଗୋଟିଏ ଗଣମାଧ୍ୟମକୁ ଫୋନ ଯୋଗେ ବାର୍ତ୍ତା ଦେଇ ସାଲେହ କହିଛନ୍ତି, “କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ମୁଁ ଦେଶ ଛାଡ଼ି ଫେରାର ହୋଇଯାଇଛି। ଏହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ।

ଏହା ମୋ ସ୍ୱର। ମୁଁ ଆପଣଙ୍କୁ ପଞ୍ଜଶିର ଉପତ୍ୟକାରରୁ ଫୋନ କରିଛି। ମୁଁ ବର୍ତ୍ତମାନ ଆମ ବେସ୍‌ କମାଣ୍ଡର ଓ ରାଜନୀତି ନେତାମାନଙ୍କ ସହ ରହିଛି। ହଁ ଏହା ନିଶ୍ଚିତ ଯେ ଆମେ ବହୁତ ଖରାପ ପରିସ୍ଥିତିରେ ରହିଛୁ। ତାଲିବାନ, ପାକିସ୍ତାନ, ଅଲକାଏଦା ଓ ଅନ୍ୟ ଆତଙ୍କୀ ସଂଗଠନ ଆମ ଉପରେ ଚାପ ପକାଇ ଚାଲିଛନ୍ତି। ତଥାପି ଆମେ ଲଢ଼େଇ କରିବୁ।”

ପଞ୍ଜଶିରକୁ ତାଲିବାନ ଦଖଲ କରି ନଥିବା ମଧ୍ୟ ସାଲେହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫ ଦିନ ହେଲାଣି ତାଲିବାନ ପକ୍ଷରୁ ଜୋରଦାର ହମଲା କରାଯାଉଛି। କିନ୍ତୁ ସେମାନେ ଏଯାଏ କୌଣସି ସଫଳତା ପାଇନାହାନ୍ତି। ସେମାନଙ୍କର ଶତାଧିକ ସଦସ୍ୟ ମୃତାହତ ହୋଇଥିବା ବେଳେ ଆମେ ମଧ୍ୟ କ୍ଷତି ସହିଛୁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ତାଲିବାନ ପଞ୍ଜଶିର ଉପତ୍ୟକାକୁ ସବୁ କିଛି ବନ୍ଦ କରିଦେଇଥିବା ସାଲେହ କହିଥିଲେ। ଔଷଧ ଠାରୁ ଆରମ୍ଭ କରି ବିଜୁଳି ଓ ଫୋନ ନେଟୱର୍କ ସଂଯୋଗ ଉପରେ ତାଲିବାନ ରୋକ ଲଗାଇ ଦେଇଥିବା ସେ କହିଥିଲେ। ସାଲେହଙ୍କ ବ୍ୟତୀତ ଅହମଦ ମାସୁଦ ମଧ୍ୟ ଟ୍ୱିଟ କରି ତାଲିବାନର ପଞ୍ଜଶିର ଦଖଲ ଖବରରେ ସତ୍ୟତା ନଥିବା କହିଥିଲେ। ସେ କହିଥିଲେ, ମୁଁ ଏଯା ରହିଛି। ମୋ ଶେଷ ଦିନ ହିଁ ତାଲିବାନର ପଞ୍ଜଶିର ଦଖଲର ପ୍ରଥମ ଦିନ ହେବ।

ତାଲିବାନ ବିରୋଧୀ ଗୋଷ୍ଠୀ ପଞ୍ଜଶିରକୁ ତାଲିବାନ ଦଖଲ କରିପାରି ନଥିବା ଦାବି କରୁଥିଲେ ହେଁ କିଛି ଗଣାମାଧ୍ୟମରେ ଓଲଟା ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ଗଣମାଧ୍ୟମଗୁଡ଼ିକ ତାଲିବାନ ସୂତ୍ରରୁ ତଥ୍ୟ ହାସଲ କରି ରିପୋର୍ଟ ପ୍ରକାଶ କରିଛନ୍ତି। ଜଣେ ତାଲିବାନୀ କମାଣ୍ଡର କହିଛନ୍ତି, “ଉପରବାଲାଙ୍କ କୃପାରୁ ଏବେ ଆମେ ପୂରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଛୁ। ସମସ୍ୟା ସୃଷ୍ଟି କରୁଥିବା ଲୋକମାନେ ପରାସ୍ତ ହୋଇଛନ୍ତି ଓ ପୂରା ପଞ୍ଜଶିରକୁ ଆମ କମାଣ୍ଡରମାନେ କବଜା କରିଛନ୍ତି।”

ଆମେରିକା ସେନା ସୋମବାର ଆଫଗାନ ଛାଡ଼ିଥିଲା। ଏହାପର ଠାରୁ ପଞ୍ଜଶିରକୁ ଦଖଲ କରିବା ପାଇଁ ତାଲିବାନ ହମଲା କରିଦେଇଛି। ସୋମବାର ବିଳମ୍ବିତ ରାତିରୁ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଶୁକ୍ରବାର ସଂଗଠନ ପଞ୍ଜଶିରକୁ ଦଖଲ କରିଥିବା ଦାବି କରିଛି। ହେଲେ ଏଥିରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

The post ତାଲିବାନ ପଞ୍ଝାରେ ପଞ୍ଜଶିର! ତଥାପି ଲଢ଼େଇ ଜାରି appeared first on Odisha Reporter.



from Odisha Reporter https://ift.tt/3DO6I4r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages