ସିବିଆଇ ରିପୋର୍ଟ ଲିକ୍‌ ପାଇଁ ଏସ୍‌ଆଇଙ୍କୁ ମିଳିଥିଲା ଆଇଫୋନ ୧୨ ପ୍ରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ସିବିଆଇ ରିପୋର୍ଟ ଲିକ୍‌ ପାଇଁ ଏସ୍‌ଆଇଙ୍କୁ ମିଳିଥିଲା ଆଇଫୋନ ୧୨ ପ୍ରୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତରୁ ମିଳୁଥିବା ଗୁପ୍ତ ରିପୋର୍ଟକୁ ଲିକ୍‌ କରିବା ପାଇଁ ସିବିଆଇର ଜଣେ ସବ୍‌ ଇନସପେକ୍ଟରଙ୍କୁ ଲାଞ୍ଚ ଆକାରରେ ଗୋଟିଏ ଆଇଫୋନ ୧୨ ପ୍ରୋ ମୋବାଇଲ ଫୋନ୍‌ ଦିଆଯାଇଥିଲା।

ଏହାର ଦାମ ୧ ଲକ୍ଷ ଟଙ୍କା। ଏହି ଫୋନ ପାଇବା ପରେ ଏସ୍‌ଆଇ ଜଣଙ୍କ ଅନୀଲ ଦେଶମୁଖଙ୍କ ସମ୍ପର୍କରେ ସିବିଆଇ ହାସଲ କରିଥିବା ତଥ୍ୟକୁ ତାଙ୍କ ଓକିଲଙ୍କ ସହ ଶେୟାର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସିବିଆଇ ତଦନ୍ତକୁ ପ୍ରଭାବିତ କରିବା ଅଭିଯୋଗରେ ଏସ୍‌ଆଇ ଅଭିଷେକ ତିୱାରୀ ଓ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗାଙ୍କୁ ଗିରଫ କରିଛି।

ମୁମ୍ବାଇ ପୁଲିସ୍‌ର ପୂର୍ବତନ କମିଶନର ପରମବୀର ସିଂହ ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏଥିପାଇଁ ସେ ଏପ୍ରିଲ ମାସରେ ମନ୍ତ୍ରୀ ପଦ ଛାଡ଼ିଥିଲେ।

ସିବିଆଇ ଏଫଆଇଆର୍‌ରେ ଉଲ୍ଲେଖ କରିଛି ଯେ ୨୮-୦୬-୨୦୨୧ରେ ଏସ୍‌ଆଇ ଅଭିଷେକ ତିୱାରୀ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ପୁଣେ ଯାଇଥିଲେ। ଏହି ସମୟରେ ତାଙ୍କୁ ଦେଶମୁଖଙ୍କ ଓକିଲ ଆନନ୍ଦ ଭେଟିବା ସହ ଗୁପ୍ତତଥ୍ୟ ଲିକ୍‌ ପାଇଁ ତାଙ୍କୁ ଲାଞ୍ଚ ଆକାରରେ ଆଇଫୋନ ୧୨ ପ୍ରୋ ଦେଇଥିଲେ।

ସିବିଆଇ ବିଶେଷ ସୂତ୍ରରୁ ଏକଥା ଜାଣିବା ପରେ ଅଭିଷେକଙ୍କ ଠାରୁ ଫୋନ ଜବତ କରି ଫରେନ୍ସିକ ଲ୍ୟାବକୁ ଅଧିକ ଯାଞ୍ଚ ପାଇଁ ପଠାଯାଇଛି। ବିଭିନ୍ନ ସମୟରେ ଅଭିଷେକ ତଦନ୍ତରୁ ମିଳୁଥିବା ଗୁପ୍ତ ଦସ୍ତାବିଜ୍‌, ସାମଗ୍ରୀ ଓ ଅନ୍ୟାନ୍ୟ ତଥ୍ୟ ଦେଶମୁଖଙ୍କ ଓକିଲ ଆନନ୍ଦଙ୍କୁ ଦେଇଛନ୍ତି। ହ୍ୱାଟସଆପରେ ଏସବୁ ତଥ୍ୟ ଆଦାନ ପ୍ରଦାନ ଚାଲିଥିଲା। ତେଣୁ ଉଭୟଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି। ଅଭିଷେକ ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ପ୍ରଥମେ କରିଣ ନାମ ଜଣେ ସିବିଆଇ ଅଧିକାରୀ ଅଭିଯୋଗ ଆଣିଥିଲେ। ଏହାର ସିବିଆଇର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରି ଅଭିଷେକ ଓ ଆନନ୍ଦଙ୍କ ମଧ୍ୟରେ ଚାଲିଥିବା ଡିଲ୍‌ର ପର୍ଦ୍ଦାଫାସ କରିଛନ୍ତି।

The post ସିବିଆଇ ରିପୋର୍ଟ ଲିକ୍‌ ପାଇଁ ଏସ୍‌ଆଇଙ୍କୁ ମିଳିଥିଲା ଆଇଫୋନ ୧୨ ପ୍ରୋ appeared first on Odisha Reporter.



from Odisha Reporter https://ift.tt/3BD0HFG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages