ତାଲିବାନକୁ ଡାକିବାକୁ ଜିଦ କଲା ପାକିସ୍ତାନ, ବାତିଲ ହେଲା ସାର୍କ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ତାଲିବାନକୁ ଡାକିବାକୁ ଜିଦ କଲା ପାକିସ୍ତାନ, ବାତିଲ ହେଲା ସାର୍କ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନର ତାଲିବାନ ପ୍ରୀତି ପୁଣିଥରେ ସାମ୍ନାକୁ ଆସିଛି। ଆଗାମୀ ସାର୍କ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ପ୍ରତିନିଧିଙ୍କୁ ଡାକିବା ପାଇଁ ପାକିସ୍ତାନ ଜିଦ୍‌ କରିଛି। ଏହାକୁ ଅନ୍ୟ ସାର୍କ ଦେଶ ଗୁଡ଼ିକ ବିରୋଧ କରିବା ସହ ସାର୍କ ଶିଖର ସମ୍ମିଳନୀକୁ ବାତିଲ ମଧ୍ୟ କରିଦେଇଛନ୍ତି।

୨୦୨୦ରେ ସାର୍କ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଭିଡିଓ କନଫରେନ୍ସଂରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସେପ୍ଟେମ୍ବର ୨୫ରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ପରସ୍ପରକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ଥିଲା। ଆମେରିକାର ନ୍ୟୁୟର୍କରେ ଜାତିସଂଘର ୭୬ତମ ସାଧାରଣ ଆସେମ୍ୱ୍ଲି ସମୟରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ବୈଠକ କରିବାକୁ ଯୋଜନା କରିଥିଲେ। ଏବେ ପାକିସ୍ତାନର ତାଲିବାନ ପ୍ରୀତି ପାଇଁ ବୈଠକକୁ ବାତିଲ କରାଯାଇଛି।

ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସ୍ଥିତିରେ ସାର୍କ ବୈଠକ ବାତିଲ କରାଯାଇଥିବା କୁହାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ଗୋଟିଏ ବିବୃତି ମଧ୍ୟ ଜାରି କରିଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ତାଲିବାନ ପ୍ରତିନିଧିଙ୍କ ଯୋଗଦାନ ସମ୍ପର୍କରେ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ ଅଧିକାଂଶ ସାର୍କ ରାଷ୍ଟ୍ର ବିରୋଧ କରିଥିଲେ।

ସେହିପରି ଆଫଗାନର ପୂର୍ବ ଅଶରଫ ଘନି ସରକାରର କୌଣସି ସଦସ୍ୟ ଯେମିତି ସାର୍କ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ନଦେବେ, ସେକଥା ମଧ୍ୟ ନିଶ୍ଚିତ କରିବାକୁ ପାକିସ୍ତାନ ଦାବି କରିଥିଲା। ହେଲେ ଏହି ଦାବିରେ ସାର୍କ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହମତି ହୋଇ ପାରି ନଥିଲା। ଏହି କାରଣରୁ ସାର୍କ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ବାତିଲ କରାଯାଇଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ବ୍ୟତୀତ ସାର୍କରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ, ଶ୍ରୀଲଙ୍କା ଓ ପାକିସ୍ତାନ ରହିଛନ୍ତି। ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟାଳୟ ନେପାଳରେ ରହିଛି। ଚାଇନା, ୟୁରୋପୀୟ ୟୁନିୟନ, ଇରାନ, ରିପବ୍ଲିକ ଅଫ କୋରିଆ, ଅଷ୍ଟ୍ରେଲିଆ, ଜାପାନ, ମରିସସ, ମିଆଁମାର ଓ ଆମେରିକା ସାର୍କ ରାଷ୍ଟ୍ରଗୁଡ଼ିକର ନୀରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

The post ତାଲିବାନକୁ ଡାକିବାକୁ ଜିଦ କଲା ପାକିସ୍ତାନ, ବାତିଲ ହେଲା ସାର୍କ ବୈଠକ appeared first on Odisha Reporter.



from Odisha Reporter https://ift.tt/3lSAMDU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages