ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ

କଳାହାଣ୍ଡି(ରାଜ କୁମାର ସିଂଦେଓ): ଖେଳୁ ଖେଳୁ ପୋଖରୀରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ । ଏପରି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ବିଶ୍ଵନାଥପୁର ଥାନା କୁଟରୁଗୁଡ଼ାରେ ଘଟିଯାଇଛି। ମୃତ ଶିଶୁଦ୍ୱୟ ହେଲେ କୁଟ୍ରୁଗୁଡା ଗାଁର ଗଦନ ମାଝୀ ଓ ଗୌରଙ୍କ ଝିଅ କୁସ୍ମିତା(୮) ଓ ଗଦନଙ୍କ ପୁଅ ସୁଶାନ୍ତ(୪)  ।

ଗତକାଲି  କୁସ୍ମିତା ଓ ସୁଶାନ୍ତ ଘର ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ହେଲେ ଅସାବଧାନତାବଶତଃ ସେମାନେ ପୋଖରୀରେ ବୁଡି ଯାଇଥିଲେ। କିଛି ସମୟ ପରେ  ଛୁଆଙ୍କୁ ନ ପାଇ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ। ଏହାପରେ ପୋଖରୀରେ  ସେମାନଙ୍କ ମୃତଦେହ  ଭାସୁଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ପରିବାର ଲୋକ ତୁରନ୍ତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି  ।

The post ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ appeared first on Odisha Reporter.



from Odisha Reporter https://ift.tt/3lP7khQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages