ନୂଆଦିଲ୍ଲୀ: ଘରେ ବସି ଅନ୍ଲାଇନ୍ରେ ଖାଦ୍ୟ ମଗାଉଛନ୍ତି କି? ତେବେ ଆଗକୁ ମହଙ୍ଗା ହୋଇପାରେ ଅନ୍ଲାଇନ୍ ଫୁଡ୍ ଅର୍ଡର। ଆପଣଙ୍କୁ ପକେଟରୁ ଖର୍ଚ୍ଚ ହୋଇପାରେ ଅଧିକ ଟଙ୍କା। ଫୁଡ୍ ଡେଲିଭରୀ କମ୍ପାନୀ ସ୍ୱିଗି ଜୋମାଟରୁ ଖାଦ୍ୟ ମଗାଇବା ହୋଇପାରେ ମହଙ୍ଗା। ବିତରଣ କମ୍ପାନୀମାନେ ଖାଦ୍ୟର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଜିଏସ୍ଟି କାଉଂସିଲ୍ ବୈଠକରେ ବିଚାର ଚାଲିଛି।
କମିଟିକୁ ଅତି କମରେ ୫ ପ୍ରତିଶତ ଜିଏସ୍ଟି ଅଧୀନରେ ଆଣିବାକୁ ସୁପାରିଶ କରିଛି ଖାଦ୍ୟ ବିତରଣ କମ୍ପାନୀ। ଏଭଳି ପରିସ୍ଥିତିରେ ରିହାତି ଦରରେ ଖାଦ୍ୟ ଯୋଗାଉଥିବା ସ୍ୱାଗି, ଜୋମାଟ ଇତ୍ୟାଦିରୁ ଖାଦ୍ୟ ଅର୍ଡର କରିବା ଲୋକଙ୍କ ପାଇଁ ମହଙ୍ଗା ପଡିପାରେ।
ଶୁକ୍ରବାର ଜିଏସଟି ପରିଷଦ କମିଟି ବୈଠକ ବସିବ। ବୈଠକର ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି ଆଲୋଚନା କରାଯାଉଛି। ବର୍ତ୍ତମାନ ଯେଉଁ ଅନ୍ଲାଇନ୍ ଫୁଡ୍ ବ୍ୟବସ୍ଥା ଚାଲିଛି ସେଥିଯୋଗୁଁ ସରକାରଙ୍କୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଜିଏସଟି ପରିଷଦର ଫିଟମେଣ୍ଟ ପ୍ୟାନେଲ ଖାଦ୍ୟ ଏଗ୍ରିଗେଟରମାନଙ୍କୁ ଇ-କମର୍ସ ଅପରେଟର ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ଜିଏମ୍ସିଟି ପରିଷଦରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ଲକ୍ଷ୍ନୌରେ ଏହି ବୈଠକ ବସିବ।
The post ଏଣିକି ଅନ୍ଲାଇନ୍ରେ ଖାଦ୍ୟ ମଗାଇବା ହେବ ମହଙ୍ଗା! appeared first on Odisha Reporter.
from Odisha Reporter https://ift.tt/3hzuHe6
No comments:
Post a Comment