କାର୍‌ ଉପରେ ଚଢ଼ିଗଲା ବସ୍‌, ଜୀବନ୍ତ ଜଳିଗଲେ ୫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 15, 2021

କାର୍‌ ଉପରେ ଚଢ଼ିଗଲା ବସ୍‌, ଜୀବନ୍ତ ଜଳିଗଲେ ୫

ରାଞ୍ଚି: ଭୟଙ୍କର ସଡକ ଦୁର୍ଘଟଣା। ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏଥିସହ ଅନେକ ଆହତ ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଝାଡଖଣ୍ଡର ରାମଗଡ ଜିଲ୍ଲାରେ।

ପୁଲିସ ସୂଚନା ମୁତାବକ, ଆଜି ସାକଳେ ଝାଡଖଣ୍ଡର ରାମଗଡ ବୋକାରୋ ଏନ୍‌ଏଚ୍‌-୨୩ରେ ଏକ କାର୍‌ ଏବଂ ବସ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏହାପରେ ବସ୍‌ଟି କାର୍‌ ଉପରେ ଚଢ଼ିଯାଇଥିଲା। ପରେ ବସ୍‌ରେ ନିଆଁ ଲାଗିଥିଲା। ଏହି ନିଆଁ ଦେଖୁ ଦେଖୁ କାର୍‌ ଯାଏଁ ବ୍ୟାପି ଯାଇଥିଲା। ଫଳରେ କାର୍‌ରେ ବସିଥିବା ୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସମସ୍ତ ମୃତକ ବିହାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ବାଳକ ଥିବା ସୂଚନା ମିଳିଛି। ତେବେ ପୂରାପୁରି ଜଳି ଯାଇଥିବା ଯୋଗୁଁ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସେପଟେ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାରାଜା ନାମକ ଏକ ଯାତ୍ରୀବାହୀ ବସ୍‌ ରାମଗଡରୁ ଧନବାଦ ଯାଉଥିଲା। ଏହି ସିମୟରେ ଏକ ୱାଗନ କାର୍‌ ସହ ଧକ୍କା ହୋଇଥିଲା। ଅନେକ ଲୋକ ଏବେବି ବସ୍‌ ଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

The post କାର୍‌ ଉପରେ ଚଢ଼ିଗଲା ବସ୍‌, ଜୀବନ୍ତ ଜଳିଗଲେ ୫ appeared first on Odisha Reporter.



from Odisha Reporter https://ift.tt/3kaXdEw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages