ଭାଇ କଲା ପ୍ରେମ ବିବାହ, ଭଉଣୀର ଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଭାଇ କଲା ପ୍ରେମ ବିବାହ, ଭଉଣୀର ଗଲା ଜୀବନ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଜଣେ ବ୍ୟକ୍ତିଙ୍କ ପ୍ରେମ ବିବାହ ତାଙ୍କ ଭଉଣୀ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ଜୀବନ ଚାଲି ଯାଇଛି। ତାଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଳ ଗାଁରେ।

ମୃତ ମହିଳାଙ୍କ ନାଁ ବନିତା ମିର୍ଦ୍ଧା। ସେ ଜଣେ ବିଧବା ଥିଲେ। ତାଙ୍କର ଜଣେ ପୁଅ ଅଛନ୍ତି, ଯିଏ କି ନାବାଳକ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ବନିତାଙ୍କ ଭାଇ ଗାଁର ହରି ମିର୍ଦ୍ଧାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ତାଙ୍କ ଭାଇ ଘର ଅନ୍ୟ ଗାଁରେ। ତେବେ ବନିତାଙ୍କ ଘରକୁ ଯିବାଆସିବା ବେଳେ ପଡ଼ୋଶୀ ହରି ମିର୍ଦ୍ଧାଙ୍କ ଝିଅ ସହିତ ତାଙ୍କର ପ୍ରେମ ହୋଇଯାଇଥିଲା। ପରେ ସେମାନେ ବିବାହ କରିଥିଲେ। ତେବେ ଏହି ବିବାହରେ ହରି ଖୁସି ନଥିଲେ। ଏଥିପାଇଁ ସେ ସବୁବେଳେ ବନିତାଙ୍କୁ ଦାୟୀ କରୁଥିଲେ। ବନିତା ହିଁ ତାଙ୍କ ଭାଇଙ୍କୁ ଶିଖାଇ ଏସବୁ କରିଥିଲେ ବୋଲି ସେ ଅଭିଯୋଗ କରୁଥିଲେ। ଏଥିପାଇଁ ହରି ଓ ବନିତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ହେଉଥିଲା।

ଗତକାଲି ସକାଳେ ମଧ୍ୟ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆଉ ରାତିରେ ହରି, ତାଙ୍କର ଦୁଇ ନାବାଳକ ପୁଅ ଓ ସେମାନଙ୍କର ଆଉ ଜଣେ ସହଯୋଗୀ (ସେ ବି ନାବାଳକ) ମିଶି ବନିତାଙ୍କ ଘରକୁ ଯାଇଥିଲେ। ସେମାନେ ଘରୁ ବନିତାଙ୍କୁ ଅଗଣାକୁ ଟାଣି ଆଣିଥିଲେ ଓ ପନିକି ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ବନିତାଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ହରିଙ୍କ ସମେତ ତାଙ୍କର ଦୁଇ ନାବାଳକ ଓ ଅନ୍ୟ ଜଣେ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରେଢ଼ାଖୋଲ ଏସଡିପିଓ  ପ୍ରଶାନ୍ତ ମେହେର କହିଛନ୍ତି ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତଦନ୍ତ ସରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।

The post ଭାଇ କଲା ପ୍ରେମ ବିବାହ, ଭଉଣୀର ଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/3tjXN5R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages