ବାସ୍ତୁ ଦୋଷ ଯୋଗୁ ହେଲେଣି ନାକେଦମ, ବିଘ୍ନ ବିନାଶନଙ୍କ ଆରାଧନା କରି ପାଆନ୍ତୁ ମୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ବାସ୍ତୁ ଦୋଷ ଯୋଗୁ ହେଲେଣି ନାକେଦମ, ବିଘ୍ନ ବିନାଶନଙ୍କ ଆରାଧନା କରି ପାଆନ୍ତୁ ମୁକ୍ତି

ପ୍ରଭୁ ଗଣେଶ ହେଉଛନ୍ତି ବିଘ୍ନ ବିନାଶନ । ତାଙ୍କ ପୂଜା କଲେ ଦୂର ହୋଇଯାଏ ସବୁ ବାଧା। ତେଣୁ ପ୍ରଭୁ ଗଣେଶଙ୍କ ପୂଜା କଲେ ଓ ତାଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କଲେ ଘରର ବାସ୍ତୁ ଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।  କିନ୍ତୁ ଠିକ୍‌ ଉପାୟରେ ଗଣେଶଙ୍କ ପୂଜା କରିବା ସହ ଠିକ୍‌ ଦିଗରେ ତାଙ୍କ ପ୍ରତିମୂର୍ତ୍ତି କିମ୍ବା ଫଟୋ ସ୍ଥାପନ କରିବା ଉଚିତ। ନଚେତ ଫଳ ଓଲଟା ମିଳିପାରେ।

ସମୟ ସମୟରେ  ବାସ୍ତୁ ଦୋଷ ପ୍ରଭାବରେ ଘର ସଦସ୍ୟଙ୍କ ଶାରୀରିକ ସମସ୍ୟା ସହ ମାନସିକ ଦୁଶ୍ଚିନ୍ତା ବି ଲାଗି ରୁହେ। ଏପରିକି ଘର ଆର୍ଥିକ ଦୁର୍ଗତି ଦେଇ ଗତି କରେ। ଏପରି ସ୍ଥିତିରେ ବାସ୍ତୁ ଦୋଷ ଦୂର କରିବାକୁ ଘରକୁ ଭଙ୍ଗା ଭଙ୍ଗି କରିବାକୁ ବି ବହୁତ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି। ଏପରି ସମସ୍ୟାରୁ ମୁକୁଳିବାକୁ ଚାହୁଁଥିଲେ ଘର ଭଙ୍ଗାଭଙ୍ଗି କରିବା ପରିବର୍ତ୍ତେ ଗଜାନନଙ୍କ ପୂଜା କରନ୍ତୁ।

ଯଦି ସମସ୍ୟା ଆପଣଙ୍କ ଘର, ପରିବାରର ପିଛା ଛାଡ଼ୁନି, ଏପରି ସ୍ଥିତିରେ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ବା ଫଟୋ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ, ଏହି ଫଟୋକୁ ଘରର ମୁଖ୍ୟ ଦ୍ୱାରରେ ଏପରି ଲଗାନ୍ତୁ ଯେପରି ଗୋଟିଏ ଫଟୋ ଘର ବାହାରକୁ ଆଉ ଗୋଟିଏ ଭିତରକୁ ରହିବ। ଫଟୋ ୨ଟି ଏପରି ଲଗାନ୍ତୁ ଯେପରି ପରସ୍ପରର ପିଠି ଲାଗିକି ରହିବ। ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଏପରିକି ଘରକୁ ସୁଖ ସମୃଦ୍ଧି ଫେରି ଆସେ।

Representational Image

ଯଦି ଘରର ଏକ ସ୍ଥାନ ଯୋଗୁ ସମସ୍ୟା ଦେଖାଦେଉଥିବା ସନ୍ଦେହ ପ୍ରକଟ ହୁଏ, ତେବେ ତାହାକୁ ଭାଙ୍ଗନ୍ତୁ ନାହିଁ। ସେହି ସ୍ଥାନରେ  ଥିବା କାନ୍ଥରେ ସିନ୍ଦୂରରେ ସାସ୍ୱିକ ଚିହ୍ନ କରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁ ଦୋଷର ପ୍ରଭାବ ଧିରେ ଧିରେ କମି ଯାଇଥାଏ। ଏଥିସହ ଭଗବାନ ଗଣେଶଙ୍କ ଆର୍ଶିବାଦରୁ ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ବୃଦ୍ଧି ହୋଇଥାଏ।

ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟସ୍ଥଳରେ ବାସ୍ତୁ ଦୋଷ ଦୂର କରିବାକୁ ଗଣେଶଙ୍କ ଫଟୋ ଲଗାଇ ପାରନ୍ତି । ମୁଖ୍ୟତଃ ଘରର ଦକ୍ଷିଣ ବା ନିସୃତ କୋଣରେ ବକ୍ରତୁଣ୍ଡ ଗଣେଶଙ୍କ ପ୍ରତିମା କିମ୍ବା ଫଟୋ ଲଗାଇ ପାରନ୍ତି। କିନ୍ତୁ ଏହାକୁ ଧ୍ୟାନ ରଖନ୍ତୁ, ଯେପରି ପ୍ରତିମା କିମ୍ବା ଫଟୋର ମୁହଁ କୌଣସି ବି ସ୍ଥିତିରେ ଦକ୍ଷିଣ ଦିଗ କିମ୍ବା ନିସ୍ତୃତ କୋଣକୁ ନ ଅନାଇବ । ଏପରି ହେଲେ ଏହାର ବିପରିତ ପ୍ରଭାବ ଘର ସଦସ୍ୟଙ୍କ ଉପରେ ପଡ଼ିବ।

 –ଗଣେଶଙ୍କ ଆରାଧନା କଲେ ବହୁ ବାଧାବିଘ୍ନ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ତ ତାଙ୍କୁ ବିଘ୍ନ ବିନାଶନ କୁହାଯାଇଥାଏ।  ହେଲେ ବାସ୍ତୁ ଅନୁଯାୟୀ, ଘରେ ବସିଥିବା ଗଣେଶଙ୍କ ଫଟୋ ଓ ଅଫିସରେ ଛିଡ଼ା ହୋଇଥିବା ଗଣେଶଙ୍କ ଫଟୋ ଲଗାଇବା ଉଚିତ। କିନ୍ତୁ ଏତିକି ଧ୍ୟାନ ରଖିବା ଉଚିତ ଯେପରି ଛିଡ଼ା ହୋଇଥିବା ଗଣେଶଙ୍କ  ୨ ପାଦ ଭୂମିକୁ ସ୍ପର୍ଶ କରୁଥିବା। ଏପରି ହେବା ଦ୍ୱାରା ବ୍ୟବସାୟରେ ସ୍ଥିରତା ଆସିଥାଏ ଓ ଝଡ଼ଝଞ୍ଜା ଦୂର ହୋଇଯାଇଥାଏ ।

The post ବାସ୍ତୁ ଦୋଷ ଯୋଗୁ ହେଲେଣି ନାକେଦମ, ବିଘ୍ନ ବିନାଶନଙ୍କ ଆରାଧନା କରି ପାଆନ୍ତୁ ମୁକ୍ତି appeared first on Odisha Reporter.



from Odisha Reporter https://ift.tt/3tjYLPF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages