ମୁମ୍ବାଇ: ପୁଲିସ ପଞ୍ଝାରେ ବିଜେପି ନେତା। ରେଲୱେ ଷ୍ଟେସନରୁ ବିଜେପି ନେତା କିରିଟି ସୌମ୍ୟାକୁ ଉଠାଇନେଲା ପୁଲିସ। ମହାରାଷ୍ଟ୍ରର ସତାରା ଜିଲ୍ଲାର କରାଡ ରେଲୱେ ଷ୍ଟୋସନରୁ ପୁଲିସ ତାଙ୍କୁ ଗିରଫ କରିଛି। କିରିଟ ସୌମ୍ୟା ଆଜି କୋଲ୍ହାପୁର ଯାଉଥିଲେ। ଖବର ପାଇ ପୁଲିସ ତାଙ୍କୁ ଷ୍ଟେସନ ଭିତରୁ ହିଁ ଧରିଛି।
କୋଲହାପୁର ଜିଲ୍ଲା କଲେକ୍ଟର ତାଙ୍କ ବିରୋଧରେ ନିଷେଧାଦେଶ ଜାରି କରିଥିଲେ। ସେପ୍ଟେମ୍ବର ୨୦ ଏବଂ ୨୧ରେ ସମାବେଶକୁ ବାରଣ କରି ଜିଲ୍ଲାରେ ଧାରା ୧୪୪ ଲାଗୁ କରିଥିଲେ। ଏହାପୂର୍ବରୁ ରବିବାର ଦିନ କିରିଟ ସୋମାୟା ଅଭିଯୋଗ କରିଥିଲେ ଯେ ତାଙ୍କୁ ମୁମ୍ବାଇରେ ନଜରବନ୍ଦି କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ମହାରାଷ୍ଟ୍ର ବିଜେପି ନେତା ସୌମ୍ୟା ସୋମବାର କୋଲହାପୁର ଗସ୍ତରେ ଯାଇଥାନ୍ତେ। କିନ୍ତୁ ଏହା ପୂର୍ବରୁ କୋଲହାପୁର ଜିଲ୍ଲାପାଳ ତାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲାଇଥିଲେ। ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୪୪ ଅନୁଯାୟୀ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା ଥିବାରୁ ଜିଲ୍ଲା ଭିତରକୁ ତାଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ବୋଲି ଜିଲ୍ଲାପାଳ କହିଥିଲେ।
ତାଙ୍କର ବିରୋଧ ଜାରି ହୋଇଥିବା ନିର୍ଦ୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ, ପୁଲିସ ଗଣପତି ବିସର୍ଜନରେ ବ୍ୟସ୍ତ ରହିବ। ତେଣୁ ବିଜେପି ନେତା ସୌମ୍ୟାଙ୍କୁ ସୁରକ୍ଷା ଯୋଗାଇବା ସମ୍ଭବ ନୁହେଁ। ମୁମ୍ବାଇର ନାଭଗର ପୁଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ସୁନୀଲ କାମ୍ବଲେ ମଧ୍ୟ ସୌମ୍ୟାଙ୍କୁ ନୋଟିସ ଜାରି କରି ତାଙ୍କୁ କୋଲହାପୁର ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି।
ସୂଚନା ମୁତାବକ କିରିଟ ସୌମ୍ୟା ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏକ ସଭାରେ ସେ କହିଥିଲେ, ‘ଠାକରେ ସରକାର କହିଛନ୍ତି, ଆପଣ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ। ଏହି ନିର୍ଦ୍ଦେଶ କିଏ ଦେଲା? ବୋଲି ପ୍ରଶ୍ନ କରିଥିଲେ।’
କେବଳ ସେତିକି ନୁହେଁ ସୌମ୍ୟା କିଛି ଦିନ ତଳେ ଗ୍ରାମ ବିକାଶ ମନ୍ତ୍ରୀ ହସନ ମୁଶ୍ରିଫଙ୍କ ବିରୋଧରେ ବିଭିନ୍ନ ତଦନ୍ତ ଏଜେନ୍ସିଗୁଡିକରେ ଅନେକ ମାମଲା ରୁଜୁ କରିଛନ୍ତି। ମନ୍ତ୍ରୀ ଏବଂ ତାଙ୍କ ପରିବାର ବିରୋଧରେ ୧୨୭ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଛନ୍ତି। ଏହି ଭ୍ରଷ୍ଟାଚାର ଅଭିଯୋଗ ପରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କୋଲହାପୁରରେ ପ୍ରବେଶ ନକରିବା ପାଇଁ ଜିଲ୍ଲାଅଧିକାରୀ ନୋଟିସ ଜାରି କରିଥିଲେ।
#WATCH | Maharashtra: BJP leader Kirit Somaiya detained at Karad Railway Station in Satara district
Somaiya was expected to visit Kohlapur today. Kolhapur Dist Collector had issued prohibitory orders against him & imposed Section 144, prohibiting gatherings on September 20 & 21. pic.twitter.com/3fI42IU53y
— ANI (@ANI) September 19, 2021
The post ରେଲୱେ ଷ୍ଟେସନରୁ ବିଜେପି ନେତାଙ୍କୁ ଉଠାଇନେଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3CrgSWV
No comments:
Post a Comment