ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ

ଚଣ୍ଡିଗଡ଼: ଚରଣଜିତ୍ ସିଂହ ଚନ୍ନି ଆଜି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦିନ ୧୧ଟା ବେଳେ ସେ ଏକ ନିରାଡ଼ମ୍ବର ଉତ୍ସବରେ ସେ ଶପଥ ଗ୍ରହଣ କରିବେ। ତେବେ ତା’ପୂର୍ବରୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ହେଉଛନ୍ତି- ସୁଖଜିନ୍ଦର ସିଂହ ରାନ୍ଧୱା ଓ ବ୍ରହ୍ମ ମୋହିନ୍ଦ୍ରା। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ ସକରାରରେ ମନ୍ତ୍ରୀ ଥିଲେ।

୬୨ ବର୍ଷୀୟ ସୁଖଜିନ୍ଦରଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ମଧ୍ୟ ରହିଥିଲା। ଡେରା ବାବା ନାନକ ବିଧାନସଭା ଆସନରୁ ଜିତିଥିବା ସୁଖଜିନ୍ଦର ପୂର୍ବରୁ ପଞ୍ଜାବ କଂଗ୍ରେସର ଉପ-ସଭାପତି ରହିସାରିଛନ୍ତି।

ଅନ୍ୟପକ୍ଷରେ ବ୍ରହ୍ମ ମୋହିନ୍ଦ୍ରା ଜଣେ ହିନ୍ଦୁ ନେତା ଓ ସେ ପଟିଆଲା ରୁରାଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହଙ୍କ ଘନିଷ୍ଠ ବୋଲି କୁହାଯାଏ। ତେଣୁ ଅମରିନ୍ଦର ସିଂହଙ୍କୁ ଶାନ୍ତ କରିବାକୁ ବ୍ରହ୍ମଙ୍କୁ କଂଗ୍ରେସ ହାଇକମାଣ୍ଡ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ମାସାଧିକ କାଳ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ ଓ ଅନ୍ୟ କିଛି ବିଧାୟକଙ୍କ ସହିତ ଟଣାଓଟରା ପରେ ଗତ ଶନିବାର ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଗତକାଲି ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା। ଚରଣଜିତ୍ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ। ସେ ଚମକୌର ସାହିବ ବିଧାନସଭା ଆସନରୁ ୩ ଥର ନିର୍ବାଚିତ ହୋଇଛନ୍ତି। ସେ ପୂର୍ବ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ସେ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ବିରୋଧୀ ଭାବେ ଜଣାଶୁଣା।

The post ପଞ୍ଜାବରେ ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3lD6cOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages