କାଲି ୧୨ ଘଣ୍ଟିଆ କଟକ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ (ଓଡ଼ିଶା ରିପୋର୍ଟର): ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗକୁ ନେଇ ଆସନ୍ତକାଲି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଏହି ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦରୁ ସମସ୍ତ ଜରୁରୀ ସେବାକୁ ବାଦ୍ ଦିଆଯିବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

କଟକର ପୂଜା କମିଟି ଗୁଡ଼ିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢ଼ାଇବା ପାଇଁ ଅନୁରୋଧ କରାଯାଇଥିବା ବେଳେ ସରକାର ଏହାକୁ ୪ ଫୁଟ୍‌ରେ ରଖିବାକୁ କହି ତାଙ୍କ ପୂର୍ବ ନିଷ୍ପତ୍ତିକୁ ଦୋହରାଇଛନ୍ତି। ଏହା ଦ୍ୱାରା କଟକର ମୁରବିଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ସମୀର କହିଛନ୍ତି।

ସେ କହିଛନ୍ତି, କଟକ ସହରର ମୁରବି ମାନଙ୍କର ସମ୍ମାନ ଦୃଷ୍ଟିରୁ ଆମେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଇଛୁ। ବର୍ଷକରେ ୧୦ ମାସ ସରକାର ଶାସନ କରନ୍ତି। କିନ୍ତୁ ଗଣେଶ ପୂଜା ଠାରୁ କାର୍ତ୍ତିକଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବି ମାନେ କଟକ ସହରର ଦାୟିତ୍ୱ ନିଜ କାନ୍ଧକୁ ନିଅନ୍ତି। ସେମାନଙ୍କୁ ସରକାର ଭୁବନେଶ୍ୱର ଡାକିଲେ, କିନ୍ତୁ ସେମାନଙ୍କ କଥା ଶୁଣିଲେ ନାହିଁ। ଏପରି କରି ସରକାର ସେମାନଙ୍କୁ ଅପମାନିତ କରିଛନ୍ତି। ସେଥିପାଇଁ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ବନ୍ଦ ଡାକରା ଦେଇଛି। ସର୍ବସାଧାରଣଙ୍କ ସହିତ ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର ସଦସ୍ୟଙ୍କୁ ଏଥିରେ ସାମିଲ ହେବାକୁ ଆମେ ଅନୁରୋଧ କରୁଛୁ।

ଏହି ପ୍ରସଙ୍ଗରେ ସମୀର ଦେ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସରକାର ଓ ପ୍ରଶାସନର କଥାରେ ତାଳମେଳ ରହୁ ନାହିଁ। ପୂଜା କମିଟି ବୈଠକ ପୂର୍ବରୁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ସଚିବ ଆଲୋଚନା କଲେ ନାହିଁ। ଯଦି ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇ ନଥିଲା, ତା’ହେଲେ ବୈଠକ କାହିଁକି ଡକାଯାଉଥିଲା। ମୁଖ୍ୟମନ୍ତ୍ରୀ ପୁଣି ଥରେ ଏ ପ୍ରସଙ୍ଗରେ ହୋଇଥିବା ନିଷ୍ପତ୍ତି ବାବଦରେ ଚିନ୍ତା କରନ୍ତୁ ଓ ଆମ ଦାବି ମାନି ନିଅନ୍ତୁ।

The post କାଲି ୧୨ ଘଣ୍ଟିଆ କଟକ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3ldXw0J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages