ଏବେବି ବଞ୍ଚିଛି ଅଲ୍‌-କାଏଦା ମୁଖ୍ୟ? ସାମ୍ନାକୁ ଆସିଲା ୬୦ ମିନିଟ୍‌ର ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ଏବେବି ବଞ୍ଚିଛି ଅଲ୍‌-କାଏଦା ମୁଖ୍ୟ? ସାମ୍ନାକୁ ଆସିଲା ୬୦ ମିନିଟ୍‌ର ଭିଡିଓ

ନୂଆଦିଲ୍ଲୀ: ବଞ୍ଚିଛି ଆତଙ୍କାବଦୀ ସଙ୍ଗଠନ ଅଲ-କାଏଦା ମୁଖ୍ୟ। ଓସାମା ବିନ୍‌ ଲାଦେନର ମୃତ୍ୟୁ ପରେ ଅଲ-କଏଦାର ମଙ୍ଗ ଧରିଥିଲା କୁଖ୍ୟାତ ଆଙ୍କବାଦୀ ଅଲ ଜବାହିରୀ। ସେ ଗତ କିଛି ବର୍ଷ ଧରି ଅଣ୍ଡର ଗ୍ରାଉଣ୍ଡ ଥିଲା। ପରେ ୨୦୨୦ ନଭେମ୍ବର ୨୦ରେ ରୋଗାକ୍ରାନ୍ତ ଯୋଗୁଁ ତା’ର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏବେ କିନ୍ତୁ ସେ ପୁଣି ଥରେ ଜୀବିତ ଅବସ୍ଥାରେ ସାମ୍ନାକୁ ଆସିଛି।

ଆମେରିକାର ୯/୧୧ ଭୟଙ୍କର ଆତଙ୍କବାଦୀ ହମ୍‌ଲାକୁ ୨୦ ପୂରିଛି। ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଜାରି କରିଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା । ନିଜ ଅଧିକୃତ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ସେ ୬୦ ମିନିଟ୍‌ର ଏକ ଭିଡିଓ ଜାରି କରିଛି। ଏହି ଭିଡିଓରେ ଅଲ୍‌ କାଏଦା ମୁଖ୍ୟ ଅଲ ଜବାହିରୀ ଜୀବିତ ଥିବା ଦେଖିବାକୁ ମିଳିଛି। ଏଥିସହ ସେ ପୂରାପୁରି ସୁସ୍ଥ ଥିବା ମଧ୍ୟ ନଜର ଆସିଛି। ୨୦୨୦ ମସିହାରେ ଅଲ୍‌ ଜାବାହିରୀର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅଲ୍‌ କାଏଦା ଏହାକୁ ମିଛ ବୋଲି କହିଥିଲା।

୨୦୦୧ ମସିହା ସେପ୍ଟେମ୍ବର ୧୧ରେ ଆମେରିକା ଉପରେ ଅଲ୍‌ କାଏଦାର ଆକ୍ରମଣ ବର୍ଷ ପୂର୍ତ୍ତି ଅବସରରେ ଭିଡିଓ ଜାରି କରିଛି ସଂଗଠନ। ଏହାକୁ ଡକୁମେଣ୍ଟାରୀ ଷ୍ଟାଇଲ୍‌ରେ ଜାରି କରାଯାଇଛି। ଏହାର ଟାଇଟଲ ରଖାଯାଇଛି’Jerusalem will not be Judaized’। ଏଥିସହ  ଅଲ୍‌ କାଏଦା ଅଧିକୃତ ଚ୍ୟାନେଲ୍‌ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ୮୫୨ ପୃଷ୍ଠାର ଏକ ବହି ରିଲିଜ୍‌ କରାଯାଇଛି। ଯେଉଁଥିରେ ଅଲ୍‌ ଜବାହିରୀ ଅଲକାଏଦାର ଭବିଷ୍ୟତକୁ ନେଇ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ଅଲ୍‌ କାଏଦାର ଇଣ୍ଡିଆ ସବ୍‌ କଣ୍ଟିନେଣ୍ଟ୍‌ ମୁଖ୍ୟ ମୌଲାନା ଅସୀମ ଉମରକୁ ମଧ୍ୟ ମନେ ପକାଇଛି ଜବାହିରୀ।

ମୌଲାନା ଅସୀମ ଉମର ହେଉଛି ଜଣେ ଭାରତୀୟ। ଯାହାକୁ ଆଫଗାନିସ୍ତାନ ମିଲିଟାରି ଫୋର୍ସ ୨୦୧୯ରେ ଆଫଗାନିସ୍ତାନରେ ହିଁ ହତ୍ୟା କରିଥିଲେ। ତେବେ ବହି ରିଲିଜ୍‌ କରିବା ପରେ ଆତଙ୍କବାଦୀ ସଙ୍ଗଠନ ଅଲ ଜବାହିରୀର ୬୦ ମିନିଟ୍‌ର ଏକ ଭିଡିଓ ଜାରି କରିଛି । ଏଥିରେ ୨୦୨୦ରେ ନିହତ ହୋଇଥିବା ଅନେକ ଆତଙ୍କବାଦୀକୁ ମନେ ପକାଇଛି ଜବାହିରୀ। ଆଫଗାନିସ୍ତାନରୁ ଆମେରିକା ଫେରିଯିବାକୁ ନେଇ ଖୁସି ଜାହିର କରିଛି ଅଲ କଏଦା ମୁଖ୍ୟ। ସେ କହିଛି, ଦୀର୍ଘ ୨୦ ବର୍ଷର ଲଢେଇ ପରେ ଶେଷରେ ଆଫଗାନିସ୍ତାନ ଛାଡି ଫେରିଯାଇଛି ଆମେରିକା ସେନା।

ଅଲ କଏଦା ମୁଖ୍ୟର ଏହି ଭିଡିଓ ଜାରି ହେବାପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ବଞ୍ଚିଥିବା ନେଇ ବିଶେଷଜ୍ଞମାନେ ଏବେ ବି ବିଶ୍ୱାସ କରିପାରୁନାହାନ୍ତି। ସେପଟେ ଏହି ଭିଡିଓରେ କେତେ ସତ୍ୟତା ରହିଛି ତାହା ଜଣାପଡିନାହିଁ ।

The post ଏବେବି ବଞ୍ଚିଛି ଅଲ୍‌-କାଏଦା ମୁଖ୍ୟ? ସାମ୍ନାକୁ ଆସିଲା ୬୦ ମିନିଟ୍‌ର ଭିଡିଓ appeared first on Odisha Reporter.



from Odisha Reporter https://ift.tt/2YQmv2A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages