ଧର୍ମଗଡ଼ (ଓଡ଼ିଶା ରିପୋର୍ଟର): ଚାରି ମାସ ତଳେ କରିଥିଲେ ପ୍ରେମ ବିବାହ। ହେଲେ ଗତକାଲି ଶ୍ୱଶୁର ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ତାଙ୍କ ମୃତଦେହ। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଣିଜରା ଗାଁରେ।
ମୃତ ମହିଳା ଜଣଙ୍କ ହେଲେ ପଦ୍ମିନୀ ରାଉତ। ତାଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀ ଜନ୍ମେଜୟ ମାଝୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ବଣିଜରା ଗାଁର ଜନ୍ମେଜୟ ଗତ ମେ’ ମାସରେ ପଦ୍ମିନୀଙ୍କୁ ପ୍ରେମ ବିବାହ କରିଥିଲେ। ପରିବାର ବିରୋଧରେ ଯାଇ ସେମାନେ ପ୍ରେମ ବିବାହ କରିଥିଲେ। ତେବେ ଗତକାଲି ହଠାତ୍ ଘର ଭିତରେ ଝୁଲନ୍ତା ଅବସ୍ଥାରେ ପଦ୍ମିନୀଙ୍କ ମୃତଦେହ ମିଳିଥିଲା। ଏ ବିଷୟରେ ସ୍ୱାମୀ ଜନ୍ମେଜୟ ଫୋନ ଯୋଗେ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଜଣାଇଥିଲେ। ପରେ ସେମାନେ ପୁଲିସକୁ ଜଣାଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜୁନାଗଡ ଥାନାରେ ଝିଅର ବାପା ଜୟରାମ ରାଉତ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
The post ୪ ମାସ ତଳେ କରିଥିଲେ ପ୍ରେମ ବିବାହ; ଘରୁ ମିଳିଲା ଝୁଲନ୍ତା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3Clkium
No comments:
Post a Comment