ପାରାଲିମ୍ପିକ୍ସରେ ଭାରତକୁ ଶୁଟିଂରେ ଡବଲ ମେଡାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 3, 2021

ପାରାଲିମ୍ପିକ୍ସରେ ଭାରତକୁ ଶୁଟିଂରେ ଡବଲ ମେଡାଲ

ଟୋକିଓ: ପୁଣିଥରେ ଶୁଟିଂରେ ଭାରତକୁ ଚଳିତ ପାରାଲିମ୍ପିକ୍ସରେ ଦୁଇଟି ପଦକ ମିଳିଛି। ଭାରତୀୟ ଶୁଟର ମନୀଷ ନରୱାଲ ବିଶ୍ୱ ପାରାଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି।

୧୦ ମିଟର ପିସ୍ତଲ ଏସ୍‌ଏଚ୍‌-୧ ବର୍ଗରେ ଭାରତକୁ ଏହି ସଫଳତା ମିଳିଛି। ଏଥିସହ ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଭାରତକୁ ୧୫ଟି ପଦକ ମିଳି ସାରିଥିବା ବେଳେ ପ୍ରମୋଦ ଭଗତ ଓ ସୁହାସ ୟାଥିରାଜ ଫାଇନାଲରେ ପ୍ରବେଶ କରି ମେଡାଲ ପକ୍କା କରିଛନ୍ତି।

ଏହାପୂର୍ବରୁ ସିଂହରାଜ ମଙ୍ଗଳବାର ଦିନ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ମନୀଷ ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ପାଇଁ ଶୁଟିଂରେ ଅବନୀ ଓ ଜାଭେଲିନ ଥ୍ରୋରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଆଜିର ୧୦ ମିଟର ପିସ୍ତଲ ଏସଏଚ୍‌-୧ର ଫାଇନାଲରେ ମୁକାବିଲାରେ ଉଭୟ ମନୀଷ ଓ ସିଂହରାଜ ଦମଦାର ପ୍ରଦର୍ଶନ କରିଥିଲେ। ମନୀଷ ପାରାଲିମ୍ପିକ୍ସ ସବୁ ପୁରୁଣା ରେକର୍ଡ ଭାଙ୍ଗି ୨୧୮.୨ ପଏଣ୍ଟ ହାସଲ କରିଛନ୍ତି। ଏଥିସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସିଂହରାଜ ୨୧୬.୭ ପଏଣ୍ଟ ସ୍କୋର କରି ରୌପ୍ୟ ପଦକ ଜିତିଛନ୍ତି।

ସିଂହରାଜ ଚଳିତ ପାରାଲିମ୍ପିକ୍ସରେ ଅବନୀ ଲଖେରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଦୁଇଟି ପଦକ ଜିତିବାର ରେକର୍ଡ କରିଛନ୍ତି। ସେହିପରି ପାରାଲିମ୍ପିକ୍ସରେ ଗୋଟିଏରୁ ଅଧିକ ପଦକ ଜିତିବାରେ ସେ ୫ମ ଭାରତୀୟ। ତାଙ୍କ ପୂର୍ବରୁ ଯୋଗିନ୍ଦର ସିଂହ ବେଦୀ, ଦେବେନ୍ଦ୍ର ଝାଝାରିଆ, ମରିୟାପ୍ପନ ଥାଙ୍ଗାଭେଲୁ ଓ ଅବନୀ ଲେଖାର ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ, ଶୁକ୍ରବାର ଅବନୀ ମହିଳାଙ୍କ ୫୦ ମିଟର୍ ରାଇଫଲ୍-୩ ପୋଜିସନ୍ ଏସଏଚ୍-୧ରେ ବ୍ରୋଞ୍ଜ ପଦକ ଓ ଏହା ପୂର୍ବରୁ ସେ ମହିଳାଙ୍କ ଆର୍-୨ ବର୍ଗର ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ।

ପଦକ ଜିତିବା ପରେ ମନୀଷ ଓ ସିଂହରାଜଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

The post ପାରାଲିମ୍ପିକ୍ସରେ ଭାରତକୁ ଶୁଟିଂରେ ଡବଲ ମେଡାଲ appeared first on Odisha Reporter.



from Odisha Reporter https://ift.tt/3BER8WF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages