ଘରେ ବିବାହ ଯୋଗ୍ୟ, ପୁଅ କିମ୍ବା ଝିଅ ଥିଲେ ଭଲ ପାତ୍ର ଦେଖି ହାତରୁ ଦି ହାତ କରି ଦେବାକୁ ସବୁ ବାପାମା’ ଚାହିଁଥାନ୍ତି । ମାତ୍ର ବେଳେବେଳେ ସବୁ ସୁବିଧା ଥାଇ ବି ଯୋଗ୍ୟ ବର କିମ୍ବା କନ୍ୟାର ସନ୍ଧାନ ମିଳିପାରି ନ ଥାଏ । ବିବାହ ବୟସ ଗଡ଼ି ଯାଉଥିବା ବେଳେ ବାପାମା’ଙ୍କ ଚିନ୍ତା ବି ବଢ଼ି ଚାଲିଥାଏ। ଏପରି ସ୍ଥିତିରେ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ପ୍ରକାର ଉଦାସୀ ତଥା ନକରାତ୍ମକ ଚିନ୍ତାଧାରା ଦେଖାଦେଇଥାଏ।
ବାସ୍ତୁ ଦୋଷ ହେତୁ ବିବାହରେ ବିଳମ୍ବ ହୋଇଥାଇପାରେ। ତେଣୁ କିଛି ବାସ୍ତୁ ଟିପ୍ସ ଫଲୋ କରି ଏପରି ସମସ୍ୟାରୁ ନିସ୍ତାର ମିଳିପାରେ । ଏପରିକି ଖୁବ୍ ସହଜରେ ମିଳିଯାଇପାରନ୍ତି ମନର ମଣିଷ।
–ଘରେ ପଜିଟିଭ ଏନର୍ଜୀ ବୃଦ୍ଧି କରିବା ପାଇଁ ଫୁଲ ତଥା ଗଛର ବହୁତ ମହତ୍ତ୍ୱ ଥାଏ। କିନ୍ତୁ ବିବାହ ଯୋଗ୍ୟ ଯୁବକ କିମ୍ବା ଯୁବତୀଙ୍କ ରୁମ୍ରେ କେବେ ବି କୌଣସି ଗଛ କିମ୍ବା ଫୁଲ ରଖନ୍ତୁ ନାହିଁ। ଏହାକୁ ବେଡରୁମରେ ଲଗାଇବା ଦ୍ୱାରା ବିବାହରେ ବାଧା ଉପୁଜେ ବୋଲି ବିଶ୍ୱାସ ରହିଛି।
–କିନ୍ତୁ ବିବାହ ଯୋଗ୍ୟ ଯୁବତୀ ନିଜ ରୁମ୍ରେ ଫୁଲ୍ର ପେଣ୍ଟିଂ ଲଗାଇ ପାରିବେ। ଫୁଲ୍ ପ୍ରେମ, ସୌନ୍ଦର୍ଯ୍ୟର ପ୍ରତୀକ ଅଟେ। ଘରେ ଫୁଲର ପେଣ୍ଟି ଲଗାଇବା ଦ୍ୱାରା ଯୁବତୀଙ୍କ ପାଇଁ ଭଲ ପ୍ରସ୍ତାବ ଆସିବା ଆରମ୍ଭ ହୋଇଥାଏ।
–ଭଲ ବର ପାଇବା ପାଇଁ ଯୁବତୀ ଭଗବାନ ଶିବଙ୍କ ଆରାଧନା କରିବା ଉଚିତ। ସମ୍ଭବ ହେଲେ ୧୬ ସୋମବାର ବ୍ରତ କଲେ ଭଲ ଫଳ ମିଳିପାରେ।
–ଘରର ପଶ୍ଚିମ ଦିଗକୁ ସବୁବେଳେ ସଫା ସୁତରା ରଖନ୍ତୁ। ଏହି ଦିଗରୁ ପଜିଟିଭ ଏନର୍ଜିର ପ୍ରବାହ ହୋଇଥାଏ। ଏହାଦ୍ୱାରା ଭଲ ଭଲ ପ୍ରସ୍ତାବ ଆସିବାର ସମ୍ଭାବନା ବଢ଼ିଯାଏ।
–ଅବିବାହିତ ଯୁବତୀମାନେ ପୂର୍ଣ୍ଣିମାରେ ଚନ୍ଦ୍ରମା ପୂଜା କରିବା ଦ୍ୱାରା ସୁନ୍ଦର ବର ପ୍ରାପ୍ତି ହୋଇଥାଏ।
–ଏକରୁ ଅଧିକ କବାଟ ଥିବା ରୁମ୍ରେ ବିବାହଯୋଗ୍ୟ ଯୁବକ ଶୋଇବା ଉଚିତ। କିନ୍ତୁ ଯେଉଁ ରୁମ୍ରେ ବାୟୂ ଓ ସୂର୍ଯ୍ୟକିରଣ କମ୍ ପଡ଼ିଥାଏ ସେଠାରେ ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ବିବାହରେ ବାଧା ଉପୁଜିବାର ଆଶଙ୍କା ରହିଛି।
–ଯଦି କିଛି ନା କିଛି ବାଧା ଆସି ଆପଣଙ୍କ ବିବାହ ଭାଙ୍ଗି ଯାଉଛି, ତେବେ କଳା ରଙ୍ଗକୁ ବାଏ ବାଏ କହି ଦିଅନ୍ତୁ । କାରଣ ଏହି ରଙ୍ଗ ନିରାଶ ଭାବନାର ପ୍ରତୀକ। ଏହାବାଦ ବାସ୍ତୁ ଅନୁଯାୟୀ, କଳା ରଙ୍ଗ ରାହୁ, କେତୁ ଓ ଶନିଙ୍କ ପ୍ରତିନିଧିତ୍ୱ କରିଥାଆନ୍ତି। ଯେଉଁ କାରଣରୁ ବିବାହ ବାରମ୍ବାର ଭାଙ୍ଗିଥାଏ।
–ଯଦି ଆପଣ ବିବାହ ଯୋଗ୍ୟ ହୋଇଗଲେଣି, କିନ୍ତୁ ବିବାହ ଫାଇନାଲ୍ ହୋଇପାରୁନି ତା’ ହେଲେ ଆପଣଙ୍କ ରୁମ୍ରେ ବଡ଼ ପାତ୍ର ରଖନ୍ତୁ ନାହିଁ। କେବଳ ସେତିକି ନୁହେଁ, ବେଡ ତଳେ ଲୁହାର କିଛି ଜିନିଷ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ବିବାହରେ ବିଳମ୍ବ ହୋଇପାରେ।
The post ବିଳମ୍ବ ହେଉଛି କି ଆପଣଙ୍କ ବିବାହ ? ଜାଣନ୍ତୁ, କେଉଁ ରଙ୍ଗକୁ ବାଏ ବାଏ କରିବେ appeared first on Odisha Reporter.
from Odisha Reporter https://ift.tt/38BUDkq
No comments:
Post a Comment