କରୋନା ଚିକିତ୍ସାରୁ ବାଦ୍‌ ପଡିଲା ଏହି ସବୁ ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

କରୋନା ଚିକିତ୍ସାରୁ ବାଦ୍‌ ପଡିଲା ଏହି ସବୁ ଔଷଧ

ନୂଆଦିଲ୍ଲୀ: ଏଣିକି କରୋନା ଚିକିତ୍ସାରେ ଆଉ ବ୍ୟବହାର ହେବନି ଆଇଭରମେକ୍ଟିନ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌। ଏହି ସବୁ ଔଷଧ ଏବେ କରୋନା ଚିକିତ୍ସାରୁ ବାଦ୍‌ ପଡିଛି। ଏହି ଔଷଧ ତାଲିକାରେ ଆଜିଥ୍ରୋମାଇସିନ୍‌ ମଧ୍ୟ ସାମିଲ ଅଛି। ଆଇସିଏମ୍‌ଆର୍‌ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଶୁକ୍ରବାର ଆଇସିଏମ୍‌ଆର୍‌ର ଟାସ୍କ ଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ କରୋନା ସଂକ୍ରମିତଙ୍କୁ ଦିଆଯାଉଥିବା ଏହି ଦୁଇ ଔଷଧକୁ ଆଉ ବ୍ୟବହାର କରାଯିବ ନାହିଁ। ଏହି ଔଷଧଗୁଡିକୁ ଗାଇଡ୍‌ଲାଇନ୍‌ରୁ ବାହାର କରି ଦିଆଯାଇଛି। କରୋନା ରୋଗୀଙ୍କ ଉପରେ ଏହି ଦୁଇ ଔଷଧର ପ୍ରଭାବର ପ୍ରମାଣ ବିଶେଷଜ୍ଞମାନେ ପାଇପାରି ନାହାନ୍ତି।

ଆଜିଥ୍ରୋମାଇସିନ୍ ସହିତ ହାଇ‌ଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ରୋଗୀକୁ ଦିଆଯିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟାଜନିତ ବିପଦ ବୃଦ୍ଧି ପାଉଛି। ଏଥିସହିତ ମୃତ୍ୟୁ ହାର କମାଇବା ଉପରେ ମଧ୍ୟ ଏହାର ସେତେଟା ଲାଭ ମିଳୁନାହିଁ। ସେହିଭଳି ଆଇଭରମେକ୍ଟିନ ବ୍ୟବହାର ଦ୍ୱାରା କରୋନା ରୋଗୀଙ୍କ ମୃତ୍ୟୁ ହାର ଏବଂ ରୋଗୀ ସୁସ୍ଥ ହେବାରେ ଉନ୍ନତି ଆସିବାର ସ୍ପଷ୍ଟ ଚିତ୍ର ମିଳିନାହିଁ। କୌଣସି ସଫଳତା ମିଳିଥିବା ରିପୋର୍ଟ ଆସିନଥିବାରୁ ଏହି ଦୁଇ ଔଷଧକୁ କରୋନା ରୋଗୀଙ୍କ ଚକିତ୍ସାରେ ବ୍ୟବହାରକୁ ଆଇସିଏମ୍‌ଆର୍‌ ବାଦ୍ ଦେଇଛି।

ଏହା ପୂର୍ବରୁ ଭାତରରେ କରୋନା ଚିକିତ୍ସାରେ ଏହି ସବୁ ଔଷଧ ବ୍ୟବହାର ହେଉଥିବା ନଜିର ରହିଛି। ଏପରିକି ଡାକ୍ତରମାନେ ମଧ୍ୟ କରୋନା ରୋଗୀଙ୍କ ପାଇଁ ଏହି ସବୁ ଔଷଧ ହିଁ ପ୍ରେସ୍‌କ୍ରାଇବ କରୁଥିଲେ।

ଉଲ୍ଲେଖଯୋଗ୍ୟ ଗତ ମେ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (ଡିଜିଏଚଏସ) ପକ୍ଷରୁ କରୋନା ଚିକିତ୍ସା ପ୍ରୋଟୋକଲ୍‌ରୁ ଏହି ଦୁଇ ଔଷଧ ସମେତ ଅନ୍ୟ କେତେଟା ଔଷଧର ବ୍ୟବହାରକୁ ବନ୍ଦ କରିବା ଲାଗି ଏକ ଗାଇଡଲାଇନ୍‌ ଜାରି କରାଯାଇଥିଲା। ତେବେ ଏହି ଗାଇଡଲାଇନ୍‌କୁ ସେହି ସମୟରେ ଆଇସିଏମ୍‌ଆର୍‌ ସ୍ୱୀକୃତି ଦେଇ ନଥିଲା। ଏଥିଯୋଗୁ ଉକ୍ତ ଔଷଧର ବ୍ୟବହାରକୁ ନେଇ ଡିଜିଏଚଏସ୍ ଏବଂ ଆଇସିଏମ୍‌ଆର୍‌ର ବିଶେଷଜ୍ଞଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା। କିନ୍ତୁ ଡିଜିଏଚଏସର ଗାଇଡଲାଇନ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଥିଲା। ସେହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ’ ଆଇଭରମେକ୍ଟିନର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇବା ସହ ସତର୍କ ମଧ୍ୟ କରାଇ ଥିଲା।

The post କରୋନା ଚିକିତ୍ସାରୁ ବାଦ୍‌ ପଡିଲା ଏହି ସବୁ ଔଷଧ appeared first on Odisha Reporter.



from Odisha Reporter https://ift.tt/3CJT8NX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages