ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି

ଆଠଗଡ଼(ନିଳକଣ୍ଠ ଦୋରା): ଗତକାଲି ଦିନ ତମାମ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀଟିର ପତ୍ତା ମିଳୁନି। ହାତୀଟି ତଳକୁ ଖସି ଯାଇଥିବା ଆଠଗଡ଼ ରେଞ୍ଜର କହିଥିବା ବେଳେ ତା’ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।

ଗତକାଲି ଭୋରୁ ଏକ ହାତୀପଲ ମହାନଦୀ ପାର ହେଉଥିଲେ । ସବୁ ହାତୀ ନଦୀ ପାର୍‌ କରିଦେଇଥିବା ବେଳେ ମୁଣ୍ଡଳୀଠାରେ ଗୋଟିଏ ହାତୀ ପାଣି ମଝିରେ ରହି ଯାଇଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗର ଉପରିସ୍ଥ ଅଧିକାରୀ ଦିନ ତମାମ ଉଦ୍ୟମ କରିଥିଲେ। ଏପରିକି ଏଥିରେ ଓଡ୍ରାଫ ଟିମ୍‌ ମଧ୍ୟ ନିୟୋଜିତ ହୋଇଥିଲେ। ତେବେ ଦୀର୍ଘ ପ୍ରାୟ ୭ ଘଣ୍ଟା ପରେ କୂଳ ମୁହାଁ ହୋଇଥିବା ହାତୀଟି ଲୋକ ଗହଳିକୁ ଦେଖି ପୁଣି ଥରେ  ନଦୀମୁହାଁ ହୋଇଥିଲା।

ହାତୀଟି ପାଣି ମଝିରେ ଦୀର୍ଘ ସମୟ ରହିଥିବା ବେଳେ ତା’ର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗିଡ଼ାବାକୁ ଲାଗିଲା। ଏହାପରେ  ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ହାତୀଟିକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଖସିଯାଇଥିବା ସୂଚନା ଦେଲେ ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ଏବେ ହାତୀ କେଉଁଠି ଓ ତା’ର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ।

ଏପରିକି ହାତୀକୁ କୂଳକୁ ଘଉଡ଼ାଇବାକୁ ଯାଇଥିବା ଏକ ଓଡ୍ରାଫ ବୋଟ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ଜଣେ ଓଡ୍ରାଫ ଟିମ୍‌ ସଦସ୍ୟଙ୍କ ପତ୍ତା ମିଳୁନି । ଏହି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ୫ ଜଣ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

ଅପରପକ୍ଷେ, ମୁଣ୍ଡଳି ବ୍ୟାରେଜରେ ଭାସି ଯାଇ ନରାଜ ପହଞ୍ଚିଥିବା ହାତୀପଲ ଆତଙ୍କରାଜ ଖେଳାଇଛନ୍ତି। ହାତୀପଲ ଗତକାଲି ଏକ ମନ୍ଦିର ଭାଙ୍ଗି ଦେଇଥିବା ବେଳେ ଆଜି ହାତୀ ଆକ୍ରମଣରେ ନରାଜ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ବନ କର୍ମଚାରୀ ଘଉଡ଼ାଇବାକୁ ଉଦ୍ୟମ ସତ୍ତ୍ୱେ ଜଣଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

The post ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3uavB5O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages