ମୁମ୍ବାଇ: ନିଜ ବାପାମା’ଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସାଉଥ ସୁପରଷ୍ଟାର ଥଲପତି ବିଜୟ। ଏପରିକି ବିନା ଅନୁମତିରେ ନାଁ ବ୍ୟବହାର କରିଥିବାରୁ ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ପହଞ୍ଚିଛି।
ମିଡିଆ ରିପୋର୍ଟ ମୁତାବକ, ନିଜ ବାପାମା’ଙ୍କ ନାଁରେ କେସ୍ କଲେ ସାଉଥ ସୁପରଷ୍ଟାର ଥଲପତି ବିଜୟ । କେବଳ ବାପାମା’ ନୁହେଁ, ସମୁଦାୟ ୧୧ ଜଣଙ୍କ ନାଁରେ ମାଡ୍ରାସ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ଏହି ସାଉଥ ସୁପରଷ୍ଟାର। ଥଲପତିଙ୍କ ପିତା ତଥା ନିର୍ଦ୍ଦେଶକ ଏସ୍କେ ଚନ୍ଦ୍ରଶେଖର କିଛି ଦିନ ପୂର୍ବରୁ ଏକ ନୂଆ ରାଜନୈତିକ ପାର୍ଟି ଗଠନ କରିଛନ୍ତି । ସେ ଏହି ପାର୍ଟିର ନାଁ ‘ଅଲ୍ ଇଣ୍ଡିଆ ଥଲପତି ବିଜୟ ମକ୍କଲ ଇୟକ୍କମ’ ରଖିଛନ୍ତି।
ହେଲେ ବିନା ଅନୁମତିରେ ପିତାଙ୍କ ଦ୍ୱାରା ନିଜ ନାଁ ବ୍ୟବହାରକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଥଲପତି। ଏହି ରାଜନୈତିକ ପାର୍ଟି ସହ ତାଙ୍କର କୌଣସି ସମ୍ପର୍କ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ହେବ ।
ନିର୍ବାଚନ ଆୟୋଗ ନିକଟରେ ଦାଖଲ ଦସ୍ତାବିଜ ଅନୁଯାୟୀ, ଏହି ନୂଆ ରାଜନୈତିକ ପାର୍ଟିର ଜେନେରାଲ ସେକ୍ରେଟେରୀ ବିଜୟଙ୍କ ପିତା ଥିବା ବେଳେ ମା’ ଶୋଭା ଚନ୍ଦ୍ରଶେଖର ଏହାର ଟ୍ରେଜରର ଅଛନ୍ତି।
ଏନେଇ ବିଜୟ କହିଛନ୍ତି, ମୋର ଏହି ରାଜନୈତିକ ପାର୍ଟି ସହ କୌଣସି ସମ୍ପର୍କ ନାହିଁ। ପିତାଙ୍କ ରାଜନୈତିକ ଇଚ୍ଛା ଚରିତାର୍ଥ କରିବାକୁ ମୁଁ ବାଧ୍ୟ ନୁହେଁ। ଏପରିକି ପିତାଙ୍କ ରାଜନୈତିକ ପାର୍ଟି ସହ ଯୋଡ଼ି ନ ହେବାକୁ ସେ ନିଜ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ନାମ, ଫଟୋ କିମ୍ବା ଫ୍ୟାନ୍ କ୍ଲବରର ଭୁଲ ବ୍ୟବହାର କଲେ ଆଇନଗତ ପଦକ୍ଷେପ ଉଠାଇବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଚେତାଇ ଦେଇଛନ୍ତି।
ଏନେଇ ସଫେଇ ଦେବାକୁ ଯାଇ ବିଜୟଙ୍କ ପିତା ଏସ୍କେ ଚନ୍ଦ୍ରଶେଖର କହିଛନ୍ତି, ଏପରି କୌଣସି ପରିବାର ନାହିଁ, ଯେଉଁଠିକି ସମସ୍ୟା ନାର୍ହି। ବାପ-ପୁଅ ମଧ୍ୟରେ ଛୋଟ ଛୋଟ ଘଟଣାକୁ ନେଇ ଏପରି ପରିସ୍ଥିତି ଦେଖାଦିଏ, ହେଲେ ପରେ ତାହାର ସମାଧାନ ହୋଇଯାଏ। ହେଲେ କିଛି ମିଡିଆ ଏହାକୁ ଖୁବ୍ ହାଇଲାଇଟ୍ କରୁଛନ୍ତି।
ସୂଚନାଯୋଗ୍ୟ, ଥଲପତି ବିଜୟ ୧୯୯୨ ମସିହାରେ ନିଜ ପିତାଙ୍କ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ବେଳେ ଏବେ ସେ ସାଉଥ ଇଷ୍ଟଷ୍ଟ୍ରିର ଆଗଧାଡ଼ିର ଅଭିନେତା। ଗତ ଜାନୁଆରୀରେ ରିଲିଜ ହୋଇଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏବେ ନିଜ ୬୫ତମ ଫିଲ୍ମ ପାଇଁ ବ୍ୟସ୍ତ ଥିବା ବିଜୟ କିଛି ଦିନ ପୂର୍ବେ ନିଜ ଜନ୍ମ ଦିନ ଅବସରରେ ଏହାର ଟାଇଟଲ ଘୋଷଣା କରିଥିଲେ। ବିଜୟଙ୍କ ନୂଆ ଫିଲ୍ମ ଟାଇଟଲ ‘ବିଷ୍ଟ’ ରଖାଯାଇଥିବା ବେଳେ ଏହି ଫିଲ୍ମରେ ବିଜୟଙ୍କ ଅପୋଜିଟ୍ରେ ପୂଜା ହେଗଡେଙ୍କୁ କାଷ୍ଟ କରାଯାଇଛି।
The post ବାପାମା’ଙ୍କ ନାଁରେ କେସ୍ କଲେ ସାଉଥ ସୁପରଷ୍ଟାର ଥଲପତି appeared first on Odisha Reporter.
from Odisha Reporter https://ift.tt/3zoUGuR
No comments:
Post a Comment