ଭଦ୍ରକ(ପାର୍ଥ ସାରଥୀ ନାୟକ): ଲଗାଣ ବର୍ଷା ଯୋଗୁ ଗେଙ୍ଗୁଟି ନଦୀ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାମେଶ୍ୱରପୁର ନିକଟରେ ୨୦୦ଫୁଟର ଏକ ଫାଟ ସୃଷ୍ଟି ହୋଇଛି।
‘ୟସ’ ବାତ୍ୟା ସମୟରେ ସମାନ ସ୍ଥାନରେ ନଦୀ ବନ୍ଧ ଫାଟିବା ସହ ବନ୍ଧ ଧସିଥିଲା। ତେବେ ବାରମ୍ବାର ମରାମତି ସତ୍ତ୍ୱେ ବନ୍ଧ ଧସୁଥିବା ବେଳେ ନୂଆ ମାଟି ପକାଇ ଠିକ୍ ଭାବେ ରୋଲିଂ ହେଉନଥିବା ଅଭିଯୋଗ ହୋଇଛି।
ପୂର୍ବରୁ ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁ ଗେଙ୍ଗୁଟି ନଦୀରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା। ତେବେ ବାତ୍ୟା ‘ଗୁଲାବ’ର ପ୍ରଭାବରେ ଲଗାଣ ବର୍ଷା ଲାଗି ରହିବା ଯୋଗୁ ନଦୀ ବନ୍ଧରେ ୨୦୦ ଫୁଟର ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ବାତ୍ୟା ‘ଗୁଲାବ’ର ପ୍ରଭାବରେ ଆଜି ବି ଗଜପତି, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ବର୍ଷା ହେଉଛି। ଆଜି ପାଇଁ ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ଗଞ୍ଜାମ, କନ୍ଧମାଳ ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
ଗତକାଲି ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଗୁଲାବ’। ବର୍ତ୍ତମାନ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଗୁଲାବ’ର ପ୍ରଭାବ ବିଶେଷ ଭାବେ ଓଡ଼ିଶା ଉପରେ ପଡ଼ିନାହିଁ।
The post ଗେଙ୍ଗୁଟି ନଦୀବନ୍ଧରେ ୨୦୦ ଫୁଟର ଫାଟ appeared first on Odisha Reporter.
from Odisha Reporter https://ift.tt/2ZAYrBd
No comments:
Post a Comment