‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ ଆରମ୍ଭ, ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 27, 2021

‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ ଆରମ୍ଭ, ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା

ନୂଆଦିଲ୍ଲୀ: ସାରା ଭାରତରେ ଆଜିଠାରୁ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ। ସାରା ଦେଶରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ନେଇ ଗତ ବର୍ଷ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ ମୋଦି।  ବର୍ତ୍ତମାନ ୬ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି।

ଆଜିଠାରୁ ଏହା ସାରା ଦେଶରେ ଲାଗୁ ହୋଇଛି।  ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ହେଲ୍‌ଥ ଆଇଡି ରହିବ।  ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ। ଏହି କାର୍ଡରେ ଆପଣ ଏକ ନମ୍ବର ପାଇବେ । ଏହି ସଂଖ୍ୟା ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ। ଏହା ସେମାନଙ୍କର ହେଲ୍‌ଥ ଆକାଉଣ୍ଟ ଭାବେ କାମ କରିବ। ଏଥିରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ରେକର୍ଡ ରହିବ। ଏକ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖିହେବ। ଆପଣ https://ift.tt/3A484pl ରେ ନିଜର ପଞ୍ଜୀକରଣ କରି ଆପଣଙ୍କର ସ୍ୱାସ୍ଥ୍ୟ ID ମଧ୍ୟ ସୃଷ୍ଟି କରିପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନ୍‌କୁ ଲଞ୍ଚ କରି କହିଛନ୍ତି,  ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ। ଦେଶରେ ଗରିବ ଏବଂ ମଧ୍ୟମବର୍ଗୀୟ ଲୋକଙ୍କ ଚିକିତ୍ସା ପାଇଁ ଏହି ଯୋଜନା ମୁଖ୍ୟ ଭୂମିକା ଗ୍ରହଣ କରିବ। ହେଲ୍‌ଥ ଆଇଡି ସାହାଯ୍ୟରେ ରୋଗୀ ଏବଂ ଡାକ୍ତର ନିଜ ରେକର୍ଡ ଯାଞ୍ଚ କରିପାରିବେ। ଏଥିରେ ଡାକ୍ତର, ନର୍ସ, ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ରେଜିଷ୍ଟ୍ରେସନ ମଧ୍ୟ ହେବ। ଏହାବ୍ୟତୀତ ହସ୍ପିଟାଲ- କ୍ଲିନ୍‌କ୍‌, ମେଡିକାଲ ଷ୍ଟୋର୍ସର ମଧ୍ୟ ରେଜିଷ୍ଟ୍ରେସନ ହେବ।

ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲା। ଏହି ଯୋଜନା ଜରିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଦିଆଯିବା ବ୍ୟବସ୍ଥା ରହିଛି।

The post ‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ ଆରମ୍ଭ, ଗୋଟିଏ ପ୍ଲାଟଫର୍ମରେ ସବୁ ସୁବିଧା appeared first on Odisha Reporter.



from Odisha Reporter https://ift.tt/3iai4q0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages