ଟ୍ରକ୍‌ ସହ ପିଟି ହେଲା ଜିପ୍‌, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 12, 2021

ଟ୍ରକ୍‌ ସହ ପିଟି ହେଲା ଜିପ୍‌, ୮ ମୃତ

ବେଙ୍ଗାଳୁରୁ: ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକ୍‌ ସହ ବାଡେଇ ହେଲା ଜିପ୍‌। ଦ୍ରୁତ ଗତିରେ ଆସି ଟ୍ରକ୍‌ ସହ ବାଡେଇ ହେବା ଫଳରେ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ଚିନ୍ତାମଣି ସ୍ଥିତ ମରନାୟକନହଲ୍ଲିରେ।

ସୂଚନା ମୁତାବକ, ଶ୍ରୀନିବାସପୁରା ତାଲୁକାର ରାଲପାଡୁରୁ ଚିନ୍ତାମଣି ଯାଉଥିଲା ଉକ୍ତ ଜିପ୍‌। ଏଥିରେ ୨ ଶିଶୁ ସମେତ ୧୭ଜଣ ଯାତ୍ରୀ ଥିଲେ। ଏହି ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଜିପ୍‌ଟି ବାଡେଇ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଦୁର୍ଘଟଣା ପରେ ମୃତ ଦେହ ମଧ୍ୟରେ ପଡ଼ିଥିବା ଆହତମାନେ କିପରି ଯନ୍ତ୍ରଣା ଭୋଗୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସମସ୍ତ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଆହତମାନେ କହିଛନ୍ତି,  ଜିପ୍‌ଟି ଅତ୍ୟତନ୍ତ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଟ୍ରକ୍‌ ସହ ଧକ୍କା ହୋଇଥିଲା। ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୋଲାର ଏସ୍‌ଏନ୍‌ଆର୍‌ ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବେଙ୍ଗାଳୁରୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଯେଉଁ ସ୍ଥାନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା, ସେଠି ରାସ୍ତା କାମ ଚାଲିଥିଲା। ଜିପ୍‌ଟି ଓଭରଲୋଡ ଥିଲା। ତେଣୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

The post ଟ୍ରକ୍‌ ସହ ପିଟି ହେଲା ଜିପ୍‌, ୮ ମୃତ appeared first on Odisha Reporter.



from Odisha Reporter https://ift.tt/3Ab5VrV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages