ତାଳଚେରରେ ସବୁଠୁ ଅଧିକ ଛେଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ତାଳଚେରରେ ସବୁଠୁ ଅଧିକ ଛେଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ବି ଅନେକ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ତେବେ ଗତ ୨୪ ଘଣ୍ଟାରେ ଅନୁଗୋଳ ଜିଲ୍ଲାର ତାଳଚେରରେ ସର୍ବାଧିକ ୩୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟାରେ ରାଜ୍ୟର ୧୭ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଛି। ସେହିପରି ୩୫ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୪୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ ସୋନପୁରର ବୀରମହାରାଜପୁରରେ ୩୭୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସୋନପୁର ସହରରେ ୨୮୨, ବୌଦ୍ଧଗଡ଼ରେ ୨୬୨, ବଲାଙ୍ଗିରର ପାଟଣାଗଡ଼ରେ ୨୫୧, ଅନୁଗୋଳର ବଅଁରପାଳରେ ୨୪୫.୬, ବଲାଙ୍ଗିର ସହରରେ ୨୪୦, ଢେଙ୍କାନାଳର ହିନ୍ଦୋଳରେ ୨୩୯, ବରଗଡ଼ର ପାଇକମାଳରେ ୨୩୭, ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ୨୩୨, ଢେଙ୍କାନାଳର ପରଜଙ୍ଗରେ ୨୨୬, ବଲାଙ୍ଗିରର ବେଲପଡ଼ାରେ ୨୧୭, ଯାଜପୁରର ବରୀରେ ୨୧୧, ଜେନାପୁରରେ ୨୧୦.୨, କନ୍ଧମାଳର ଫିରିଙ୍ଗିଆରେ ୨୦୯.୮, ବରଗଡ଼ର ଗାଇସିଲଟରେ ୨୦୬.୨, କଟକର ମାହାଙ୍ଗାରେ ୨୦୫ ଓ ଅନୁଗୋଳ ସହରରେ ୨୦୧.୬ ମିମି ବର୍ଷା ହୋଇଥିଲା।

ସେହିପରି ଢେଙ୍କାନାଳର କାମାକ୍ଷାନଗରରେ ୧୯୮.୧ ମିମି ବର୍ଷା ହୋଇଥିବା ବେଳେ ସୋନପୁରର ତରଭାରେ ୧୯୮, ଅନୁଗୋଳର ଆଠମଲ୍ଲିକରେ ୧୯୭, ବୌଦ୍ଧର ହରଭଙ୍ଗାରେ ୧୯୪, କଟକର ବାଙ୍କୀରେ ୧୯୦, ନରସିଂହପୁରରେ ୧୮୭, କଙ୍କଡ଼ାହାଡ଼ରେ ୧୮୦, ଭୁବନରେ ୧୬୫ ଓ ଢେଙ୍କାନାଳ ସହରରେ ୧୬୪.୫ ମିମି ବର୍ଷା ହୋଇଛି।

ଆଠଗଡ଼ରେ ୧୬୧ ମିମି ବର୍ଷା ହୋଇଥିବା ବେଳେ ଚଣ୍ଡିଖୋଲରେ ୧୬୦, ବଲାଙ୍ଗିରର ଖପ୍ରାଖୋଲରେ ୧୬୦, ବରଗଡ଼ର ପଦ୍ମପୁରରେ ୧୫୯, ସୋନପୁରର ଉଲୁଣ୍ଡାରେ ୧୫୧ ଓ ଯାଜପୁରର ସୁକିନ୍ଦାରେ ୧୪୧.୪ ମିମି ବର୍ଷା ହୋଇଛି।

ସୂଚନାଯୋଗ୍ୟ, ଗଭୀର ଅବପାତର ପ୍ରଭାବ ଏବେ ବି ରାଜ୍ୟରେ ସକ୍ରିୟ ରହିଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ କେନ୍ଦୁଝର ପାଇଁ ଏହି ସତର୍କ ସୁଚନା ଦିଆଯାଇଛି।

The post ତାଳଚେରରେ ସବୁଠୁ ଅଧିକ ଛେଚିଲା appeared first on Odisha Reporter.



from Odisha Reporter https://ift.tt/397aMhO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages