ଆଫଗାନିସ୍ତାନକୁ ସହାୟତା କରିବ ଆମେରିକା, ଦେବ ୪୭୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଆଫଗାନିସ୍ତାନକୁ ସହାୟତା କରିବ ଆମେରିକା, ଦେବ ୪୭୦ କୋଟି

ୱାଶିଂଟନ: ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇବ ଆମେରିକା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ଯୋଗାଇବ ଆର୍ଥିକ ସହାୟତା। ଏନେଇ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୭୦ କୋଟି) ସହାୟତା ଯୋଗାଇବାକୁ ଆମେରିକା ପ୍ରସ୍ତୁତ ଅଛି।’

ଲିଣ୍ଡା ଥମ୍ପସନ୍-ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଆଫଗାନିସ୍ତାନର ଅବସ୍ଥା ଏବେ ଅତ୍ୟନ୍ତ ଖରାପ ରହିଛି । ଏଭଳି ପରିସ୍ଥିତିରେ ୬୪ ମିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ଆମେରିକା। ମୁଁ ଏହା ଘୋଷଣା କରି ବେଶ୍‌ ଗର୍ବିତ। ଏହି ନୂତନ ପାଣ୍ଠି ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ଏନଜିଓର କାର୍ଯ୍ୟକୁ ସମର୍ଥନ କରିବ । ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଆମେ ଅନୁରୋଧ କରୁଛୁ।’

ଆମେରିକା ପୂର୍ବରୁ ମିଳିତ ଜାତିସଂଘର ପ୍ରମୁଖ ନ୍ୟୁଜିଲ୍ୟାଣ୍ଡ, ଚୀନ୍, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ କିନ୍ତୁ ଏଭଳି କୌଣସି ଘୋଷଣା କରାଯାଇ ନାହିଁ ।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ସୋମବାର ଆଫଗାନିସ୍ତାନରେ ମାନବିକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ୨୦ ମିଲିୟନ୍ ଆମେରିକୀୟ ଡଲାର ଆବଣ୍ଟନ ଘୋଷଣା କରିଛନ୍ତି।

ଯୁଦ୍ଧଗ୍ରସ୍ତ ପ୍ରଭାବିତ ଦେଶରେ, ‘ବାସ୍ତିବିକ’ ଅଧିକାରୀମାନେ ଲୋକମାନଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଫଗାନିସ୍ତାନର ଲୋକମାନଙ୍କୁ ଏକ ଶରଳ ଜୀବରେଖାର ଆବଶ୍ୟକତା ରହିଛି।  ଦଶନ୍ଧି ଧରି ଯୁଦ୍ଧ, ଯନ୍ତ୍ରଣା ଏବଂ ଅସୁରକ୍ଷିତତା ପରେ ସେମାନେ ବୋଧହୁଏ ଏବେ ସବୁଠାରୁ ଭୟଙ୍କର ସମୟର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ସମୁଦାୟ ଏବେ ତାଙ୍କ ପାଖରେ ଠିଆ ହେବାର ସମୟ ଆସିଛି ବୋଲି ଗୁଟେରସ୍‌ କହିଛନ୍ତି।

ସେପଟେ ପୂର୍ବରୁ ଚୀନ୍‌ ଆଫଗାନିସ୍ତାନକୁ ୩୧ ମିଲିଅନ ଡଲାରର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିସାରିଛି। ସେହିପରି ସୋମବାର ନ୍ୟୁଜିଲାଣ୍ଡ ବୈଦେଶିକ ମନ୍ତ୍ରୀ ଆଫଗାନିସ୍ତାନକୁ ୩ ମିଲିଅନ୍‌ ଡଲାର ଦେଖାକୁ ଘୋଷଣା କରିଛନ୍ତି।

The post ଆଫଗାନିସ୍ତାନକୁ ସହାୟତା କରିବ ଆମେରିକା, ଦେବ ୪୭୦ କୋଟି appeared first on Odisha Reporter.



from Odisha Reporter https://ift.tt/392eglO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages