ବନ୍ଧବାଡ଼ ମାନୁନି ଶିଳ୍ପାଙ୍କ ଖୁସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ବନ୍ଧବାଡ଼ ମାନୁନି ଶିଳ୍ପାଙ୍କ ଖୁସି

ମୁମ୍ବାଇ:  ଦୀର୍ଘ ୨ ମାସ ଧରି  ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଜୀବନରେ ଘୋଟିଥିବା କଳା ବାଦଲ ଏବେ ଧିରେ ଧିରେ ହଟିବାରେ ଲାଗିଛି। ସବୁ ଝଡ଼ ପରେ କିଛି ନା କିଛି ଭଲ ଜିନିଷ ଘଟିଥାଏ। ‘ଇନ୍ଦ୍ରଧନୁ ପ୍ରମାଣ କରେ ଯେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ।’ ପର୍ଣ୍ଣ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିବା ପରେ ଏପରି ପୋଷ୍ଟ କରିଛନ୍ତି ପତ୍ନୀ ଶିଳ୍ପା ସେଟ୍ଟି।

ସ୍ୱାମୀ ରାଜଙ୍କ ନାଁରେ ଚାର୍ଜସିଟ୍‌ ଫାଇଲ୍‌ ହେବା ଦିନ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ କରିଥିଲେ ଶିଳ୍ପା। ତେଣୁ ମା’ ଶିଳ୍ପାଙ୍କ ଡାକ ଶୁଣିଥିବା ବି-ଟାଉନ୍‌ରେ ଆଲୋଚନା ହେଉଛି। କିଛି ଦିନ ପୂର୍ବେ ବିଗ୍‌ ବସ୍‌ ହାଉସ୍‌ରୁ ଭଉଣୀ ସମିତି ସେଟ୍ଟି ଫେରି ଆସିଥିବା ବେଳେ ଏବେ ସ୍ୱାମୀଙ୍କୁ ମିଳିଛି ଜାମିନ। ତେଣୁ ଶିଳ୍ପାଙ୍କ ଖୁସି ଆଉ ବନ୍ଧବାଡ଼ ମାନୁନି।

ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜଙ୍କୁ ଗିରଫ କରିଥିବା ବେଳେ ସେବେଠୁ ସେ ଜେଲ୍‌ରେ ଥିଲେ। କିଛି ଦିନ ପୂର୍ବେ ଏହି ମାମଲାର ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଗତକାଲି ମାଜିଷ୍ଟ୍ରେଟ୍ ରାଜଙ୍କୁ ୫୦,୦୦୦ ଟଙ୍କାର ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଛନ୍ତି। ରାଜ୍‌ଙ୍କୁ ଜାମିନ ମିଳିବା ପରେ ସୋଶାଲ ମିଡିଆରେ ନିଜ ଖୁସି ବ୍ୟକ୍ତ କରିଛନ୍ତି ଶିଳ୍ପା ଶେଟ୍ଟୀ  । ଶିଳ୍ପା ନିଜ ଇନଷ୍ଟାରେ ଏକ ଇନ୍ଦ୍ରଧନୁ ଫଟୋ ଶେଆର କରି  ଏକ  ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ ବୋଲି ଲେଖିଛନ୍ତି।

ସୋଶାଲ ମିଡିଆରେ ଶିଳ୍ପାଙ୍କ ପୋଷ୍ଟ ।

କେବଳ ଶିଳ୍ପା ନୁହେଁ, ରାଜଙ୍କୁ ଜାମିନ ମିଳିବା ଖବର ପାଇ ତାଙ୍କ ପୁଅ ଭିଆନ କୁନ୍ଦ୍ରା ମଧ୍ୟ ନିଜ ଖୁସି ବ୍ୟକ୍ତ କରିଛନ୍ତି । ଭିଆନ ଗଣେଶ ପୂଜାର ଫଟୋ ପୋଷ୍ଟ କରି ଲେଖିଛନ୍ତି,  ପ୍ରଭୁ ଗଣେଶଙ୍କ ଶୁଣ୍ଢ ପରି ଲମ୍ବା ଜୀବନ, ତାଙ୍କ ମୂଷା ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୂତି।

 

View this post on Instagram

 

A post shared by Viaan Raj Kundra (@viaanrajkundra)


ସୂଚନାଯୋଗ୍ୟ, ମୁମ୍ବାଇର ଅନ୍ଧେରି ୱେଷ୍ଟରେ ଥିବା ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ବେଳେ କ୍ରାଇମ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ରକୁ ନେଇ ବହୁତ କିଛି ତଥ୍ୟ ମଧ୍ୟ ପାଇଥିଲା । ଯାଞ୍ଚ ବେଳେ ରାଜ୍‌ ୨୦୧୯ରୁ ୧୦୦ରୁ ଅଧିକ ଅଶ୍ଳୀଳ ଫିଲ୍ମ ତିଆରି କରିଥିବା ଜଣା ପଡ଼ିଥିଲା। ରାଜଙ୍କ ସହ ତାଙ୍କ ଆଇଟି ହେଡ୍‌ ରିୟାନ୍‌ ଥୋରପେଙ୍କୁ ମଧ୍ୟ ଜାମିନ ମିଳିଛି। ଉଭୟଙ୍କ ପାଇଁ ଓକିଲ ପ୍ରଶାନ୍ତ ପାଟିଲ କୋର୍ଟରେ ଯୁକ୍ତି ସ୍ଥାପନ କରିଥିଲେ। ସେ କହିଥିଲେ ଯେ, ପ୍ଲାଟଫର୍ମରେ କେଉଁ କଣ୍ଟେଣ୍ଟ ଅପଲୋଡ଼ ହେବ ତାହା ସେଲିବ୍ରେଟି ଓ କଣ୍ଟେଣ୍ଟ ପ୍ରଡ୍ୟୁସର ନିଷ୍ପତ୍ତି ନିଅନ୍ତି। ତାହା ରାଜ କୁନ୍ଦ୍ରା ଓ ରିୟାନ୍‌ ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ।୧୪୦୦ ପୃଷ୍ଟା ସମ୍ବଳିତ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ କେଉଁଠି ବି ରାଜ କୁନ୍ଦ୍ରା କଣ୍ଟେଣ୍ଟ ଅପଲୋଡ଼ କରୁଥିବା ପ୍ରମାଣ ନାହିଁ ବୋଲି ଓକିଲ ପ୍ରଶାନ୍ତ କହିଛନ୍ତି ।

ଅପରପକ୍ଷରେ ସରକାରୀ ଓକିଲଙ୍କ ଉଭୟଙ୍କ ଜାମିନ ପ୍ରଦାନକୁ ବିରୋଧ କରିଥିଲେ। ଉଭୟଙ୍କୁ ଜାମିନ ମିଳିଲେ ପ୍ରମାଣ ଟ୍ୟାମ୍ପରିଂ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ। ତଥାପି କୋର୍ଟ ଉଭୟଙ୍କ ଜାମିନ ମଞ୍ଜୁର କରିଥିଲେ।  ଆଜି ରାଜ୍‌ ଜେଲ୍‌ରୁ ମୁକିଳିବେ ବୋଲି ଶୁଣିବାକୁ ମିଳୁଛି।

The post ବନ୍ଧବାଡ଼ ମାନୁନି ଶିଳ୍ପାଙ୍କ ଖୁସି appeared first on Odisha Reporter.



from Odisha Reporter https://ift.tt/2VWXNMO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages