ଶେଷ ଓଭର୍‌ରେ ୪ ରନ୍‌ ଦରକାର ଥିଲା, ତଥାପି ହାରିଲା ପଞ୍ଜାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଶେଷ ଓଭର୍‌ରେ ୪ ରନ୍‌ ଦରକାର ଥିଲା, ତଥାପି ହାରିଲା ପଞ୍ଜାବ

ଦୁବାଇ: ଆଇପିଏଲ ୨୦୨୧ ଅନ୍ୟତମ ରୋମାଞ୍ଚକର ମ୍ୟାଚ୍‌ ଦେଖିଛନ୍ତି ଦର୍ଶକ। ଶେଷ ଓଭର୍‌ରେ ପଞ୍ଜାବ କିଙ୍ଗସକୁ ଜିତିବା ପାଇଁ ୪ ରନ୍‌ ଦରକାର ଥିବା ବେଳେ ହାତରେ ୮ଟି ୱିକେଟ ଥିଲା। କିନ୍ତୁ ରାଜସ୍ଥାନ ରୟାଲ୍ସର ଯୁବ ତାରକା କାର୍ତ୍ତିକ ତ୍ୟାଗୀ ଦମଦାର ବୋଲିଂ କରିବା ସହ ମାତ୍ର ୧ ରନ୍‌ ବ୍ୟୟ କରିଥିଲେ।

ଏଥିସହ ୨ଟି ୱିକେଟ ନେଇ ଦଳକୁ ରୋମାଞ୍ଚକର ବିଜୟ ଭେଟି ଦେଇଛନ୍ତି। ପଞ୍ଜାବ ଭଲ ଆରମ୍ଭ ସତ୍ତ୍ୱେ ପୁଣି ଗୋଟିଏ ଲଢ଼େଇରେ ପରାସ୍ତ ହେବାର ଅଲୋଡ଼ା ରେକର୍ଡ ନିଜ ନାଁରେ ଯୋଡ଼ିଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୮୫ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ପଞ୍ଜାବ ୪ ୱିକେଟ ହରାଇ ୧୮୩ ରନ କରିବାକୁ ସକ୍ଷମ ହୋଇଥିଲା।  ରାଜସ୍ଥାନ ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ୫ମକୁ ଉଠିଥିବା ବେଳେ ପଞ୍ଜାବ ପୂର୍ବଭଳି ୭ମରେ ରହିଛି।

୧୮୬ ରନ୍‌ର ଟାର୍ଗେଟ ପିଛା କରୁଥିବା ପଞ୍ଜାବ ଦମଦାର ଆରମ୍ଭ କରିଥିଲା। ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବା ସହ ରାଜସ୍ଥାନ ବୋଲିଂ ଆଟାକକୁ ସଂପୂର୍ଣ୍ଣ ଧରାଶାୟୀ କରି ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୧ ଓଭର୍‌ରେ ୧୨୦ ରନ୍‌ର ଭାଗିଦାରୀ କରିଥିଲେ।

୪ର୍ଥ ଥର ପାଇଁ ମୟଙ୍କ ଓ ରାହୁଲ ଯୋଡ଼ି ଆଇପିଏଲରେ ୧୦୦ରୁ ଅଧିକ ରନ୍‌ର ଭାଗିଦାରୀ କରିଛନ୍ତି। ଦଳୀୟ ସ୍କୋର ୧୨୦ ଥିବା ବେଳେ ରାହୁଲ ୪୯ ରନ୍‌ କରି ଚେତନ ସକାରିୟାଙ୍କ ବଲରେ ଆଉଟ ହୋଇଥିଲେ। ୬ ରନ୍‌ ଭିତରେ ମୟଙ୍କ(୬୭) ମଧ୍ୟ ରାହୁଲ ତେୱାତିଆଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଆଉଟ ହେବା ପୂର୍ବରୁ ସେ ୨ଟି ଛକା ଓ ୭ଟି ଚୌକା ସହ ୬୭ ରନ୍‌ କରିଥିଲେ।

ଏହାପରେ ନିକୋଲସ ପୁରନ ଓ ଏଦେନ ମର୍କମ ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ମ୍ୟାଚ୍‌ ଶେଷ ଓଭରକୁ ଯାଇଥିଲେ ହେଁ ପଞ୍ଜାବ ହାତରେ ୮ଟି ୱିକେଟ ଥିବାରୁ ଦଳ ବିଜୟ ହେବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ତ୍ୟାଗୀ ସବୁ କିଛି ଓଲଟ ପାଲଟ କରି ଦେଇଥିଲେ।

ପ୍ରଥମେ ସେ ଦମଦାର ଫର୍ମରେ ଥିବା ପୁରନ(୩୨)ଙ୍କୁ ସଞ୍ଜୁ ସାମସନଙ୍କ ହାତରେ ଆଉଟ କରାଇଥିଲେ। ଏହାପରେ ଦୀପକ ହୁଡ୍ଡା ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ମର୍କମ ୨୬ ରନ୍‌ କରି କ୍ରିଜ୍‌ରେ ଥିଲେ ମଧ୍ୟ କେବଳ ଗୋଟିଏ ବଲ ଷ୍ଟ୍ରାଇକ କରିବାର ସୁଯୋଗ ପାଇଥିଲେ। ଶେଷ ବଲ୍‌କୁ ୩ ରନ୍‌ ଦରକାର ଥିବା ବେଳେ ଫାବିୟାନ ଆଲେନ କିଛି ବି କରି ପାରି ନଥିଲେ। ତାଙ୍କ ବ୍ୟାଟ୍‌ରେ ହିଁ ବଲ ସଂଯୋଗ ହୋଇ ନଥିଲା। ଶେଷରେ ରାଜସ୍ଥାନ ୨ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା।

ରାଜସ୍ଥାନ ପକ୍ଷରୁ ତ୍ୟାଗୀ ଦୁଇଟି ୱିକେଟ ନେଇଥିବା ବେଳେ ସକାରିୟା ଓ ତେୱାତିଆ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।
ଏହାପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ଯଶ୍ୱସୀ ଜୈସୱାଲଙ୍କ ୪୯, ମହିପାଲ ଲୋମୋରଙ୍କ ବିସ୍ଫୋରକ ୪୩ ଓ ଇଭିନ ଲ୍ୟୁସିଙ୍କ ୩୬ ରନ୍‌ ବଳରେ ୧୮୫ ରନ୍‌ କରିଥିଲା।

The post ଶେଷ ଓଭର୍‌ରେ ୪ ରନ୍‌ ଦରକାର ଥିଲା, ତଥାପି ହାରିଲା ପଞ୍ଜାବ appeared first on Odisha Reporter.



from Odisha Reporter https://ift.tt/2XMRsVc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages