ମୁମ୍ବାଇ: ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କ୍ୱାଡ୍ କାମକରିବ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୁଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମହିଳାଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଡିଜିପି ଏବଂ ଉଚ୍ଚ ପୁଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତି ୫ଟି ଥାନାକୁ ନେଇ ଜଣେ ନୋଡାଲ ଅଫିସର ରହିବେ। ଜଣେ ମହିଳା ଆସିଷ୍ଟାଣ୍ଟ ପୁଲିସ କମିଶନର କିମ୍ବା ମହିଳା ଇନ୍ସପେକ୍ଟରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯିବ। ଶିଶୁ, ଅନାଥ ପିଲା, ବାଳାଶ୍ରମ, ମହିଳା ହଷ୍ଟେଲ ଉପରେ ମଧ୍ୟ ନଜର ରଖିବ ନିର୍ଭୟା ସ୍କ୍ୱାଡ୍।
ଯୁବତୀଙ୍କ ସହ କିଛି ନିର୍ଯାତନା କିମ୍ବା ସେପରି କିଛି ବ୍ୟବହାର ହେଉଛି କି ? ପରିବାର ଓ କିମ୍ବା ଆଖପାଖ ସମାଜରେ ଘଟୁଥିବା ଘଟଣାବଳିକୁ ତନକ୍ଷୀ କରିବ ନିର୍ଭୟା ସ୍କ୍ୱାଡ୍। ଏହାସହ ବିଦ୍ୟାଳୟ, ମହାବିଦ୍ୟାଳୟରେ ସଚେତନତା କାଯର୍ୟକ୍ରମ ହେବ। ଏଥିପାଇଁ ସ୍କ୍ୱାଡ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ।
କିଛି ଦିନ ତଳେ ଦିଲ୍ଲୀ ଭଳି ମୁମ୍ବାଇ ସାକିନାନା ଅଞ୍ଚଳରେ ନିର୍ଭୟାକାଣ୍ଡ ହୋଇଥିଲା। ୩୨ବର୍ଷ ବର୍ଷୀୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ଲୁହା ରଡ୍ରେ ଅକଥନୀୟ ନିର୍ଯାତନା ଦେଇଥିଲା ଅଭିଯୁକ୍ତ। ପରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚାରିଆଡେ ପ୍ରତିବାଦର ସ୍ୱର ଉଠିଥିଲା।
The post ମହିଳାଙ୍କୁ ସୁରକ୍ଷା ଦେବ ନିର୍ଭୟା ସ୍କ୍ୱାଡ୍ appeared first on Odisha Reporter.
from Odisha Reporter https://ift.tt/3nzq2Nc
No comments:
Post a Comment