ନୂଆଦିଲ୍ଲୀ: ବୁଝି ହେଉନି କ୍ୟାପଟେନ୍ଙ୍କ ରଣନୀତି। କୁଆଡ଼େ ଯିବେ ଅମରିନ୍ଦର ସିଂ ? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବିଜେପିରେ ମଶିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି। ତେବେ ଗତକାଲି ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଆଜି ସକାଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଶ୍ରୀ ସିଂ ବୁଧବାର ଶ୍ରୀ ଶାହଙ୍କ ସହ ଏକ ଘଣ୍ଟା ଧରି ସାକ୍ଷାତ କରି ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ସେ କଂଗ୍ରେସ ଶିବିର ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ସବୁ ଆଲୋଚନା ଓ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କ୍ୟାପଟେନ୍।
ଗତକାଲି ଶାହଙ୍କ ସେ କୃଷକମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିବା କହିଛନ୍ତି। ସେପଟେ କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ୍ଙ୍କୁ ଭେଟି ମନେଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। କଂଗ୍ରେସର ଅମ୍ବିକା ସୋନି ଏବଂ କମଲନାଥ ଶ୍ରୀ ସିଂଙ୍କୁ ଭେଟି ବୁଝାସୁଝା ଆରମ୍ଭ କରିଛନ୍ତି। ଅମିତ ଶାହଙ୍କ ସହ ସାକ୍ଷାତ ପରେ କ୍ୟାପଟେନ କହିଛନ୍ତି ଯେ, ସେ ୧୧ ମାସ ଧରି ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନ ଓ କୃଷି ଆଇନ ଉପରେ ଆଲୋଚନା କରିଛନ୍ତି। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କହିଛନ୍ତି। ହେଲେ ଦଳ ପରିବର୍ତ୍ତନ ନେଇ ସେ କୌଣସି ସଙ୍କେତ ଦେଇ ନାହାନ୍ତି।
ସେହିପରି ବିଜେପିରେ ଯୋଗ ଦେବା ନେଇ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଅମରିନ୍ଦରଙ୍କୁ ହଟାଇ ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ କାରଣରୁ ସେ ଇସ୍ତଫା ଦେଇଥିବା ସର୍ବସମ୍ମୁଖରେ କହିଥିଲେ।
The post ବୁଝି ହେଉନି କ୍ୟାପଟେନ୍ଙ୍କ ରଣନୀତି: ଶାହଙ୍କ ପରେ ଅଜିତ୍ ଡୋଭାଲଙ୍କୁ ଭେଟିଲେ appeared first on Odisha Reporter.
from Odisha Reporter https://ift.tt/3im9l49
No comments:
Post a Comment