ଅଖାରେ ମଣିଷ ଶବ ଥିବା ଚର୍ଚ୍ଚା ଜୋର ଧରିଥିଲା, ବାହାରିଲା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 30, 2021

ଅଖାରେ ମଣିଷ ଶବ ଥିବା ଚର୍ଚ୍ଚା ଜୋର ଧରିଥିଲା, ବାହାରିଲା…

ବଲାଙ୍ଗିର(ଘଟେଶର ମିଶ୍ର): ପୋଲ ତଳେ ପଡ଼ିଥିଲା ଅଖା ବସ୍ତା । ଅଖା ବସ୍ତାଟି ବନ୍ଧା ହୋଇଥିବା ବେଳେ ତାହାର ଆକାର ଦେଖି ସେଥିରେ ମଣିଷ ମୃତଦେହ ଥିବା ସନ୍ଦେହ ହୋଇଥିଲା।   କାହାକୁ ହତ୍ୟା କରାଯାଇ ଅଖା ବସ୍ତାରେ ଭର୍ତ୍ତି କରି ଫୋପାଡ଼ି ଦିଆଯାଇଥିବା ସମସ୍ତେ ଭାବିଥିଲେ। ଅଖା ଭିତରୁ କ’ଣ ବାହାରିବ ତାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ବସ୍ତା ଖୋଲିବାରୁ ସେଥିରୁ କିନ୍ତୁ ଯାହା ବାହାରିଲା, ତାହା ଦେଖି ସମସ୍ତଙ୍କ ଉତ୍ସୁକତାରେ ପାଣି ପଡ଼ିଗଲା। ଉକ୍ତ ଅଖାରୁ ଏକ ମୃତ ବାଛୁରୀ ବାହାରିଥିଲା। ଏପରି ଘଟଣା ଆଜି ସକାଳେ ବଲାଙ୍ଗିର ଜିଲ୍ଲାରେ ଘଟିଛି ।

ସୂଚନା ଅନୁସାରେ, ବଲାଙ୍ଗିର-ପାଟଣାଗଡ଼ ରାସ୍ତା କଡ଼ରେ ଥିବା ପୋଲ ତଳେ ଆଜି ସକାଳେ ଅଖାବସ୍ତାରେ କିଛି ବନ୍ଧା ହୋଇ ପରିତ୍ୟକ୍ତ ଭାବେ ପଡ଼ିଥିଲା।  ସ୍ଥାନୀୟ ଲୋକେ  ଉକ୍ତ ବସ୍ତା ଭିତରେ ମଣିଷ ଶବ ଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ପୁଲିସ ଟିମ୍‌ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏସଡିପିଓ ତୋଫାନ ବାଗ ମଧ୍ୟ ପହଞ୍ଚିଥିଲେ।

ମୃତଦେହର ଯାଞ୍ଚ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟେଟକୁ ଖବର ଦିଆଯାଇଥିଲା। ଠିକ୍‌ ଏହି ସମୟରେ ପୁଲିସ ସନ୍ଦେହ କରି ଅଖାବସ୍ତାକୁ ଖୋଲି ଦେଇଥିଲା। ଆଉ  ଅଖା ବସ୍ତାରୁ ବାହାରିଥିଲା ବାଛୁରୀର ମୃତଦେହ। କେହି ଜଣେ ବାଛୁରୀର ମୃତଦେହକୁ ଅଖାରେ ପୁରାଇ ଫୋପାଡି ଦେଇଥିବା ଜଣାପଡ଼ିଥିଲା। ଗୋଟିଏ ଘଣ୍ଟା ଧରି ଚାଲିଥିବା ମଣିଷ ଶବର ଗୁଜବରେ ଶେଷରେ ଯବନିକା ପଡ଼ିଥିଲା। ଶବଟି କାହାର ଦେଖିବାକୁ ଲୋକଙ୍କର ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା।

The post ଅଖାରେ ମଣିଷ ଶବ ଥିବା ଚର୍ଚ୍ଚା ଜୋର ଧରିଥିଲା, ବାହାରିଲା… appeared first on Odisha Reporter.



from Odisha Reporter https://ift.tt/3F1sPou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages