ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ଯାତ୍ରା, ଆସିବ ବ୍ୟବଚ୍ଛେଦ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 2, 2021

ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ଯାତ୍ରା, ଆସିବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ:  ହୃଦଘାତର ଶିକାର ହୋଇ ଗତକାଲି ଆଖି ବୁଜିଥିବା ବିଗ ବସ୍‌ ବିଜେତା ସିଦ୍ଧାର୍ଥଙ୍କର ଆଜି ହେବ ଅନ୍ତିମ ସଂସ୍କାର ହେବ । ଆଜି ଅପରାହ୍ନରେ ମୁମ୍ବାଇର ଓଶିବାରାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ଗତକାଲି ହୃଦଘାତରେ ମୃତ୍ୟୁ ପରେ ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ୫ ଜଣିଆ ଡାକ୍ତରୀ ଟିମ୍‌ ପୁଲିସ୍‌ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଛି। ଗତକାଲି ସମୟ ପ୍ରାୟ ଅପରାହ୍ନ ସାଢେ ୩ଟା ପରେ ସିଦ୍ଧାର୍ଥଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏହା ୩ ଘଣ୍ଟାରୁ ଅଧିକ ସମୟ ନେଇଥିଲା। ଗତକାଲି ବିଳମ୍ବିତ ରାତିରେ ଡାକ୍ତରୀ ଟିମ୍‌ ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍‌ ଟିମ୍‌କୁ ହସ୍ତାନ୍ତର କରିଥିବା ବେଳେ ଆଜି ପୁଲିସ୍‌ ତାହାକୁ ଅଫିସିଆଲି ରିଲିଜ କରିବ ବୋଲି ଜଣାଯାଇଛି।

ଗତକାଲି ରାତି ସାରା ସିଦ୍ଧାର୍ଥଙ୍କ ମୃତଦେହ କୁପର ହସ୍ପିଟାଲରେ ରହିଥିବା ବେଳେ ଆଜି ତାଙ୍କ ବାସଭବନକୁ ନିଆଯିବ। ସେଠାରେ ପରିବାର ସଦସ୍ୟ ତଥା  ନିକଟ ସମ୍ପର୍କୀୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ ।

ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାର ସରିବା ପରେ ପୁଲିସ୍‌ ପକ୍ଷରୁ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ସେମାନେ ଯଦି କାହା ଉପରେ ସନ୍ଦେହ ପ୍ରକଟ କରନ୍ତି, ତା’ ହେଲେ ପୁଲିସ୍‌ ତଦନ୍ତ ସେ ଦିଗକୁ ଅଗ୍ରସର ହେବ ବୋଲି ଅଧିକାରୀ କହିଛନ୍ତି। ଏହାବାଦ ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥ କେଉଁ ମେଡିସିନ ଖାଇଥିଲେ, ତାଙ୍କ ମୃତ୍ୟୁ ସହ ତା’ର କିଛି ଲିଙ୍କ ଅଛି କି ନାହିଁ ତାହାର ଖିଅ ଖୋଜିବ ପୁଲିସ୍‌।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ଗତ ବୁଧବାର ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ।  ଏହାପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍ ଉଠିପଡ଼ିଥିଲେ। ସେ ଭଲ ଅନୁଭବ କରୁ ନଥିବା ତାଙ୍କ ମା’ଙ୍କୁ  ଜଣାଇଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହେବା କଥା ବି କହିଥିଲେ। ଏହା ପରେ ତାଙ୍କ ମା’ ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ପାଣି ପିଇ ସିଦ୍ଧାର୍ଥ ଶୋଇପଡ଼ିଥିଲେ। ତେବେ ସକାଳେ ସେ ଆଉ ଉଠି ନଥିଲେ। ତାଙ୍କ ମା’ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସିଦ୍ଧାର୍ଥ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଏହା ପରେ ଉକ୍ତ ବିଲ୍ଡିଂରେ ରହୁଥିବା ସିଦ୍ଧାର୍ଥଙ୍କ ଭଉଣୀ ଓ ଭିଣୋଇଙ୍କୁ ଜଣାଇଥିଲେ। ସେମାନେ ପହଞ୍ଚି  ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

The post ଆଜି ସିଦ୍ଧାର୍ଥଙ୍କ ଅନ୍ତିମ ଯାତ୍ରା, ଆସିବ ବ୍ୟବଚ୍ଛେଦ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/3zJidYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages