ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରହିଛି। ଶୁକ୍ରବାର ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି ହାଇ ଜମ୍ପର ପ୍ରବୀଣ କୁମାର। ପ୍ରବୀଣ ଟି-୬୪ ବର୍ଗରେ ୨.୦୭ ମିଟର୍ ଜମ୍ପ ମାରି ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେ ମଧ୍ୟ ଏହି ଜମ୍ପ ସହ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏଥିସହ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି।
ପ୍ରବୀଣ ଆରମ୍ଭରୁ ହିଁ ନିଜ ପ୍ରଦର୍ଶନ ଦ୍ୱାରା ପଦକ ଜିତିବା ପାଇଁ ଦୃଢ଼ ଦାବିଦାର ହୋଇଥିଲେ। ଏହି ଇଭେଣ୍ଟରେ ଗ୍ରେଟ୍ ବ୍ରିଟେନର ଜୋନାଥନ ବ୍ରୁମ୍-ଏଡୱାର୍ଡ୍ସ ୨.୧୦ ମିଟର୍ ସହ ସ୍ୱର୍ଣ୍ଣ ଓ ପୋଲାଣ୍ଡର ଲେପିଆଟୋ ୨.୦୪ ମିଟର୍ ଜମ୍ପ ମାରି ବ୍ରୋଞ୍ଜ ପଦକ ହାତେଇଛନ୍ତି।
Congratulations: Praveen Kumar wins #Silver Medal in Men's High Jump T44/T64, clears a height of 2.07m & an Asian Record @ #Tokyo2020 #Paralympics #ParaAthletics #Praise4Para @WeThe15 @ianuragthakur @Media_SAI @LICIndiaForever @MyIndianBank @KotakBankLtd @centralbank_in pic.twitter.com/OeMtRJN0SI
— Paralympic India #Cheer4India #Praise4Para (@ParalympicIndia) September 3, 2021
୧୮ ବର୍ଷୀୟ ପ୍ରବୀଣ ନିଜର ପ୍ରଥମ ଜମ୍ପରେ ୧.୮୮ ମିଟରକୁ କ୍ଲିୟର କରିନେଇଥିଲେ। ଏହା ପରେ ସେ ୧.୯୮ ମିଟରକୁ ପ୍ରଥମ ପ୍ରୟାସରେ ଅତିକ୍ରମ କରିଥିଲେ। ଏଥିସହ ସେ ଦେଶ ପାଇଁ ପଦକ ନିଶ୍ଚିତ କରିଥିଲେ। ସେ ଦୁଇଟି ପ୍ରୟାସରେ ୨.୦୧ ମିଟର୍ ଜମ୍ପକୁ କ୍ଲିୟର କରିଥିବା ବେଳେ ୨.୦୪ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିଦେଇଥିଲେ। ହେଲେ ସେ ୨.୦୭ ମିଟରକୁ ପ୍ରଥମ ପ୍ରୟାସରେ ପାସ୍ କରିପାରିନଥିବା ବେଳେ ଦ୍ୱିତୀୟ ପ୍ରୟାସରେ ଏହାକୁ କ୍ଲିୟର କରିନେଇଥିଲେ। ପ୍ରବୀଣ ୨.୧୦ ମିଟରକୁ ତିନୋଟି ଯାକ ପ୍ରୟାସରେ ପାସ୍ କରିପାରିନଥିଲେ। ଯେଉଁ କାରଣରୁ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।
back at it!!! #PraveenKumar has WON #Silver with a new Asian Record in T64/T44 with a High Jump of 2.07 mtrs! Jump for Joy India, This is no.
1⃣1⃣!! #Praise4Para#ParaAthletics #Tokyo2020 #Paralympics pic.twitter.com/ZJaoB1bgKH— Paralympic India #Cheer4India #Praise4Para (@ParalympicIndia) September 3, 2021
ପ୍ରବୀଣଙ୍କ ଏହି ରୌପ୍ୟ ପଦକ ବଳରେ ଭାରତୀୟ ଟିମ୍ ମଧ୍ୟ ପାରାଲିମ୍ପିକ୍ସରେ ଇତିହାସ ରଚିଦେଇଛି। ଭାରତ ଏଯାଏ ୨ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ଜିତିଛି। ଏହା ପାରାଲିମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ଭାରତ ୨୦୧୬ରେ ରିଓ ପାରାଲିମ୍ପିକ୍ସରେ ୨ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଥିଲା।
Proud of Praveen Kumar for winning the Silver medal at the #Paralympics. This medal is the result of his hard work and unparalleled dedication. Congratulations to him. Best wishes for his future endeavours. #Praise4Para
— Narendra Modi (@narendramodi) September 3, 2021
ଚଳିଗ ଗେମ୍ସରେ ଭାରତୀୟ ଶୁଟର୍ ଅବନୀ ଲଖେରା ଓ ଜାଭେଲିନ୍ ଥ୍ରୋୟର୍ ସୁମିତ୍ ଅନ୍ତିଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପ୍ରବୀଣଙ୍କ ବ୍ୟତୀତ ପ୍ୟାଡଲର୍ ଭାବିନା ପଟେଲ, ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ, ଡିସକସ୍ ଥ୍ରୋୟର୍, ଯୋଗେଶ କଥୁନିଆ ଓ ହାଇଜମ୍ପର ଥଙ୍ଗାଭେଲୁ ଓ ନିଶାଦ ରୌପ୍ୟ ପଦକ ଜିତିଛନ୍ତି। ଜାଭେଲିନ୍ ଥ୍ରୋୟର୍ ସୁନ୍ଦର ସିଂହ ଗୁର୍ଜର, ହାଇ ଜମ୍ପର ଶରଦ କୁମାର ଓ ଶୁଟର୍ ସିଂହରାଜ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
The post ରେକର୍ଡ ସହ ରୌପ୍ୟ ଜିତିଲେ ପ୍ରବୀଣ appeared first on Odisha Reporter.
from Odisha Reporter https://ift.tt/3tjTZSc
No comments:
Post a Comment