କଜଳା ସ୍ୱର୍ଗଦ୍ୱାରରେ ଶବକୁ ଅସମ୍ମାନ, ରାତି ଅଧିଆ ମୃତଦେହ ଫୋପାଡ଼ି ଛୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

କଜଳା ସ୍ୱର୍ଗଦ୍ୱାରରେ ଶବକୁ ଅସମ୍ମାନ, ରାତି ଅଧିଆ ମୃତଦେହ ଫୋପାଡ଼ି ଛୁ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):  ମୃତ୍ୟୁ ପରେ ଶବକୁ ସମ୍ମାନ ଦେବାକୁ ସରକାରଙ୍କ କଡ଼ା ତାଗିଦ ପରେ ଏହାକୁ ଖୁଲମଖୁଲା ବେଖାତିର କରାଯାଉଛି  କେନ୍ଦ୍ରାପଡ଼ା ଜିଲ୍ଲାରେ । ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର କରାଯିବା ବଦଳରେ ଶ୍ମଶାନରେ ଫିଙ୍ଗି ଦିଆଯାଉଛି   । କେନ୍ଦ୍ରାପଡ଼ା ପୌରପାଳିକା ୨୧ ନମ୍ବର ୱାର୍ଡ କଜଳା ସ୍ୱର୍ଗଦ୍ୱାର ଭିତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ  ।

ସୂଚନାଯୋଗ୍ୟ, ପ୍ରାୟ ୨, ୩ ଦିନ ପୂର୍ବେ ରାତି ଅଧିଆ ଏକ ଗାଡ଼ିରେ କିଛି  ଲୋକ ଏକ ମୃତଦେହ ଆଣି କଜଳା ସ୍ୱର୍ଗଦ୍ୱାରରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଶବର ସତ୍କାର କରାଯାଇ ନ ଥିବା ବେଳେ  କୁକୁର, ବିଲୁଆ ତାହାକୁ ଅଧା ଖାଇ ସାରିଲେଣି। ଏହାବାଦ ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବାରୁ ଆଖପାଖ ଲୋକଙ୍କ ରହିବା ଅସମ୍ଭବ ହୋଇ ପଡ଼ିଛି। ମୃତଦେହଟି ମେଡିକାଲରୁ ବାହାରିଥିବା ବେଳେ ତାହାର କେହି ଦାବିଦାର ନ ଥିବା ବେଳେ ଏପରି ଅବସ୍ଥା କରାଯାଉଥିବା ଅଭିଯୋଗ ହେଉଛି।

ଏନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ । ମୃତଦେହକୁ ନେଇ ପୁଲିସ୍‌ ଓ ପୌର ପରିଷଦ କର୍ମଚାରୀଙ୍କ ମଧ୍ୟରେ ଗତକାଲି ଟଣାଓଟରା ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ପରେ ଆଜି ମୃତଦେହକୁ ପୋତା ଯାଇଛି। ମେଡିକାଲରୁ ବାହାରୁଥିବା ଅଚିହ୍ନା ମୃତଦେହକୁ ନେଇ ଏପରି ଟଣା ଓଟରା ଲାଗୁଥିବା ବେଳେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଏଠାରେ ସଂସ୍କାର ବିନା ଅଚିହ୍ନା ମୃତଦେହକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ  । ଫଳରେ ପରମ୍ପରାକୁ ଅସମ୍ମାନ ସହ ପରିବେଶ ପାଇଁ ବି ଏହା ସମସ୍ୟା ସୃଷ୍ଟି କରୁଛି । ସ୍ଥାନୀୟ ଲୋକେ ଏହାକୁ ପୌରପାଳିକାର ଦାୟିତ୍ୱହୀନତା ବୋଲି ଅଭିଯୋଗ କରିଥିବା ବେଳେ ବିଭାଗୀୟ ଅଧିକାରୀ କିନ୍ତୁ ପୁଲିସ୍‌ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଏନେଇ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, ୧୯୯୮ ମସିହାରେ ଏହି ଶ୍ଶଶାନ କାମ ହୋଇଥିଲା। ଶ୍ମଶାନ ସହ ପାର୍କ ବି ହୋଇଥିଲା।  ଲୋକ  ବି ଏଠାକୁ ଆସୁଥିଲେ। କିନ୍ତୁ ମ୍ୟୁନିସିପାଲିଟିର ଅବହେଳା ଯୋଗୁ ଏଠାରେ ଥିବା  ପୋଖରୀ ଉଦ୍ଧାର କରାଯାଇପାରୁ ନାହିଁ। ଏଠାରେ ଏବେ ଯେଉଁ ପରିବେଶ ହୋଇଛି, ଏହା ମଧ୍ୟକୁ କେହି ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।  ଏଠାରେ ବାରମ୍ବାର ରାତି ଅଧିଆ ଏଠାରେ ଶବ ଫୋପଡ଼ା ଯାଉଛି। ତାହାର ଠିକ୍‌ ଭାବେ ସତ୍କାର କରାଯାଉନି । ଫଳରେ ସେଥିରୁ ଦୁର୍ଗନ୍ଧ ବାହାରୁଛି। ଏପରିକି ସାଧାରଣ ଲୋକଙ୍କ ରହିବା କଷ୍ଟକର ହୋଇପଡ଼ୁଛି।

The post କଜଳା ସ୍ୱର୍ଗଦ୍ୱାରରେ ଶବକୁ ଅସମ୍ମାନ, ରାତି ଅଧିଆ ମୃତଦେହ ଫୋପାଡ଼ି ଛୁ appeared first on Odisha Reporter.



from Odisha Reporter https://ift.tt/3tXePXO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages