ଲମତାପୁଟ (ଜଗତ ଜୀବନ): ୧୨ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଟିକରପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବାସ ବଡ଼ନାୟକ। ତାଙ୍କୁ ୨୭ ବର୍ଷ ହୋଇଥିଲା। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଟିକରପଡ଼ା ଗାଁର ଚୈତନ୍ୟ ବଡ଼ନାୟକଙ୍କ ପୁଅ ସୁବାସ ଗତ ୧୬ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଏନେଇ ପରିବାର ଲୋକେ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।
ଗତକାଲି ସୁବାସଙ୍କ ଦାଦା କାଜୁ ବାଡ଼ିକୁ ମଇଁଷି ଚରାଇବାକୁ ଯାଇଥିବା ବେଳେ ସେଠାରେ ମାଟିତଳେ ମୃତଦେହ ପୋତା ଯାଇଥିବା ଦେଖିଥିଲେ। ଏନେଇ ସେ ଗ୍ରାମବାସୀ ଓ ପୁଲିସକୁ ଜଣାଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ମୃତଦେହକୁ ଉଦ୍ଧାର କରିଥିଲା। ମୃତଦେହଟି ସୁବାସଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ମୃତଦେହ ମିଳିଥିବା ସ୍ଥାନରେ ଥିବା ଚନ୍ଦ୍ର ଖେମୁଣ୍ଡୁଙ୍କ ଘର ଭଙ୍ଗାରୁଜା କରିଥିଲେ। ଏପରିକି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଚନ୍ଦ୍ରଙ୍କ ବାପାଙ୍କ ଘରେ ମଧ୍ୟ ଗ୍ରାମବାସୀ ନିଆଁ ଲଗାଇଦେଇଥିଲେ ବୋଲି ଜଣାଯାଇଛି।
ଚନ୍ଦ୍ର ହିଁ ସୁବାସଙ୍କୁ ମାରି ପୋତି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
The post ୧୨ ଦିନ ତଳେ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/3oaouJG
No comments:
Post a Comment