ଲକ୍ଷ୍ନୌ: ଦୁଇ ଦିନ ତଳେ ପ୍ରକାଶ ପାଇଛି ୟୁପିଏସ୍ସି ପରିଚାଳିତ ସିଭିଲ୍ ସର୍ଭିସ୍ର ପରୀକ୍ଷାଫଳ। ଏଥିରେ ୧୪୯ତମ ସ୍ଥାନ ଅଧିକାର କରିଛନ୍ତି ଆଦର୍ଶକାନ୍ତ ଶୁକ୍ଳା। ତେବେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ସେ ପାଇଛନ୍ତି ଏହି ସଫଳତା।
ଆଦର୍ଶଙ୍କୁ ମାତ୍ର ୨୨ ବର୍ଷ ହୋଇଛି। ତାଙ୍କ ଘର ଉତ୍ତର ପ୍ରଦେଶର ବରବାଙ୍କୀ ଜିଲ୍ଲାରେ। ତାଙ୍କ ବାପା ରାଧାକାନ୍ତ ଶୁକ୍ଳା ଜଣେ ଆକାଉଣ୍ଟାଣ୍ଟ। ସେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି।
ଭଲ ରୋଜଗାର ପାଇଁ ୨୦ ବର୍ଷ ତଳେ ରାଧାକାନ୍ତ ତାଙ୍କ ଗାଁ ରାମନଗରରୁ ବାରବାଙ୍କୀକୁ ଚାଲି ଆସିଥିଲେ। ରାମନଗର ଗାଁଟି ବାରବାଙ୍କୀ ଜିଲ୍ଲାରେ ଅଛି। ଆଦର୍ଶଙ୍କ ମା’ ଜଣେ ଗୃହିଣୀ। ତାଙ୍କର ଜଣେ ଭଉଣୀ ଅଛନ୍ତି। ସେ ଏଲଏଲଏମ୍ କରିବା ପରେ ଜୁଡ଼ିସିଆରୀ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କହିବାକୁ ଗଲେ ଆଦର୍ଶ ଏକ ସରଳ ଓ ସାଧାରଣ ପରିବାରରୁ ଆସିଛନ୍ତି।
ଆଦର୍ଶ ହାଇସ୍କୁଲ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ଲକ୍ଷ୍ନୌର ନ୍ୟାଶନାଲ୍ ପିଜି କଲେଜରେ ବିଏସ୍ସି କରୁଥିଲେ ଏବଂ ଏଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଦର୍ଶଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଆଉ ପ୍ରଥମ ଥରରେ ସେ ବାଜି ମାରିଥିବା ଯୋଗୁ ତାଙ୍କୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟୁଛି।
ଏହି ସଫଳତା ପାଇଁ ଆଦର୍ଶ ତାଙ୍କ ବାପାମା’ଙ୍କୁ ଶ୍ରେୟ ଦେଇଛନ୍ତି। ଆଉ ଏହି ସଫଳତା ତାଙ୍କ ବାପା ରାଧାକାନ୍ତଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛି। କାରଣ ତାଙ୍କ ବାପା ବି ପଢ଼ିଲା ବେଳେ ସିଭିଲ ସର୍ଭିସ୍ ପରୀକ୍ଷା ଦେବାକୁ ମନ ବଳାଇଥିଲେ। ତେବେ ସେତେବେଳେ ତାଙ୍କର ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନଥିଲା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ସେ ପରୀକ୍ଷା ଦେଇ ପାରି ନଥିଲେ।
The post ବିନା କୋଚିଂରେ ପ୍ରଥମ ପ୍ରୟାସରେ ପାଇଲେ ସିଭିଲ୍ ସର୍ଭିସ୍ appeared first on Odisha Reporter.
from Odisha Reporter https://ift.tt/3uj94Up
No comments:
Post a Comment