’ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ନ ଦେଖାନ୍ତୁ ତାଲିବାନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

’ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ନ ଦେଖାନ୍ତୁ ତାଲିବାନୀ’

କାବୁଲ: କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି ନିଷ୍ଠୁର ତଥା କ୍ରୂର ତାଲିବାନୀ ସରକାର । ଏହା ପ୍ରତିବାଦରେ ରାସ୍ତାକୁ ଓହ୍ଲାଉଥିବା ମହିଳାଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ଦ୍ଦଷ ତାଲିବାନୀ। ଏପରିକି ମହିଳାଙ୍କ ବିକ୍ଷୋଭ ବେଳର ଖବରକୁ କଭର କରୁଥିବା ସାମ୍ବାଦିକ ବି ସେମାନଙ୍କ ଟାର୍ଗେଟକୁ ଚାଲି ଆସୁଛନ୍ତି।

କିଛି ଦିନ ପୂର୍ବେ ତାଲିବାନୀ ସରକାର ବିରୋଧରେ କିଛି ମହିଳା ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ୨ ଫଟୋ ସାମ୍ବାଦିକ ଏହି ଖବର ସଂଗ୍ରହ କରୁଥିଲେ। ଏପରି ସ୍ଥିତିରେ ତାଲିବାନୀମାନେ ସେମାନଙ୍କୁ ପଶୁ ପରି ପିଟିବା ସହ ୨ ସାମ୍ବାଦିକଙ୍କୁ ଥାନାକୁ ନେଇ ଲୁହା ରଡରେ ପିଟିଥିଲେ। ଏପରିକି ସେମାନେ ରକ୍ତାକ୍ତ ହୋଇ ଯିବାର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ମୁହଁ ଖୋଲିଛି ୟୁଏନ୍‌(ସଂଯୁକ୍ତ ରାଷ୍ଟ୍ର)

ଏକ ପ୍ରେସ ବିବୃତିରେ ତାଲିବାନୀ ସରକାରଙ୍କୁ ଅପିଲ୍‌ କରି ସଂଯୁକ୍ତ ରାଷ୍ଟ୍ର ସଂଯୁକ୍ତ ହାଇ କମିଶନର କହିଛନ୍ତି, ତାଲିବାନୀମାନେ ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ପ୍ରୟୋଗ ନ କରନ୍ତୁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଉଥିବା ମହିଳାଙ୍କ ଉପରେ ତାଲିବାନୀ ନିଜ ରାଗ ଶୁଝାଉଛନ୍ତି । ଏଥିସହ ଏହାକୁ କଭର କରୁଥିବା ସାମ୍ବାଦିକଙ୍କୁ ବି ମନ ଇଚ୍ଛା ଭାବେ ନିଜ ହେପାଜତକୁ ନେଇ ପିଟୁଛନ୍ତି। ତେଣୁ ଏପରି ନ କରିବାକୁ ସଂଯୁକ୍ତ ରାଷ୍ଟ୍ର ହାଇକମିଶନର ତାଲିବାନୀ ସରକାରଙ୍କୁ ଅପିଲ୍‌ କରିଛନ୍ତି। ହେଲେ ତାଲିବାନୀଙ୍କ ଆଚରଣ ଉପରେ ଏହାର କିଛି ପ୍ରଭାବ ପଡ଼ିବ କି ନାହିଁ ତାହା ଆଗକୁ ଜଣାପଡ଼ିବ।

ସୂଚନାଯୋଗ୍ୟ, ତାଲିବାନ ଦ୍ୱାରା ଆଫଗାନିସ୍ତାନରେ କାମଚଳା ସରକାର ଗଠନ ପରେ ଏହା ବିରୋଧରେ ଦେଶର ବିଭିନ୍ନ କୋଣରେ ପ୍ରତିବାଦ଼ର ସ୍ୱର ତେଜି ଉଠୁଛି। କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି ନିଷ୍ଠୁର ତଥା କ୍ରୂର ତାଲିବାନୀ ସରକାର । ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନ ଥିବା ବେଳେ ସେମାନଙ୍କ ନିକଟରୁ କର୍ମ ସଂସ୍ଥାନ ଛଡ଼ାଇ ନିଅଯାଇଛି। ଶିକ୍ଷା କ୍ଷେତ୍ରରେ ବି ଲଗାଯାଇଛି ପ୍ରତିବନ୍ଧକ । ଏପରିକି ପୁଅଙ୍କ ସହ ମିଶି ପଢ଼ିପାରିବେନି ବୋଲି ଲାଗୁ ହୋଇଛି କଟକଣା।

ଏଥିରେ ଅତିଷ୍ଠ ହୋଇ ପଡ଼ିଲେଣି ଆଫଗାନୀ ମହିଳା। ଏପରିକି ତାଲିବାନୀଙ୍କ ବନ୍ଧୁକଙ୍କୁ ନ ଡରି ନିଜ ହକ୍‌ ପାଇଁ ବହୁ ସ୍ଥାନରେରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କାବୁଲର ବିଭିନ୍ନ ସ୍ଥାନରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। କିଛି ଦିନ ପୂର୍ବେ ନିଜ ଅଧିକାର, ସ୍ୱାଧୀନତା ପାଇଁ ରାସ୍ତାକୁ ଓହ୍ଲାଇ ଗର୍ଜନ କରିଥିଲେ ବହୁ ଆଫଗାନୀ ମହିଳା।  ହେଲେ ଦୁର୍ଦ୍ଦଶ, ନିର୍ଦ୍ଦୟ ତାଲିବାନୀଙ୍କ ତଣ୍ଟିରେ ଏହା ସହଜେ ହଜମ ହୋଇ ନ ଥିଲା। ସେମାନେ ଆନ୍ଦୋଳନକୁ ଓହ୍ଲାଇଥିବା ମହିଳା ଓ ଏହାକୁ ନିଜ କ୍ୟାମେରାରେ କଭର କରୁଥିବା ସାମ୍ବାଦିକଙ୍କୁ ପଶୁ ପରି ପିଟିଥିଲେ। ଏହାର ଫଟୋ ଭାଇରାଲ ହେବା ପରେ ଆଫଗାନିସ୍ତାନରେ ମହିଳା ଓ ସାମ୍ବାଦିକଙ୍କ ସୁରକ୍ଷା ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି।

The post ’ମହିଳା ଓ ସାମ୍ବାଦିକଙ୍କ ଉପରେ ବଳ ନ ଦେଖାନ୍ତୁ ତାଲିବାନୀ’ appeared first on Odisha Reporter.



from Odisha Reporter https://ift.tt/3k86zB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages