ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୮ ଜଣ ଅଛନ୍ତି। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୦୨୮ରେ ପହଞ୍ଚିଛି।
୭୫୪ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୬ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୧୬ ଜଣ, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧, ଭଦ୍ରକରୁ ୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୩, କଟକରୁ ୧୧୦, ଦେବଗଡ଼ରୁ ୯, ଢେଙ୍କାନାଳରୁ ୯, ଗଂଜାମରୁ ୪, ଜଗତସିଂହପୁରରୁ ୨୫, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୯, କେନ୍ଦୁଝରରୁ ୧୬, ଖୋର୍ଦ୍ଧାରୁ ୨୬୧, କୋରାପୁଟରୁ ୬, ମାଲକାନଗିରିରୁ ୯, ମୟୂରଭଂଜରୁ ୨୩, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୭, ପୁରୀରୁ ୨୮, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲରୁ ୫୯ ଜଣ ପଜିଟିଭ ବାହାରିଛନ୍ତି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୨୨୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୯୦୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭,୨୪୧ ଜଣ ଚିକିତ୍ସାଧୀନ ଅଛନ୍ତି।
ଯେଉଁ ୬ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଥିବା ବେଳେ କଟକ ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି। ଏହାସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୬୩କୁ ବୃଦ୍ଧି ପାଇଥିବା ବେଳେ କଟକରେ ୮୦୮ ଓ ଯାଜପୁରରେ ୧୭୫ରେ ପହଞ୍ଚିଛି।
The post ରାଜ୍ୟରେ ଚିହ୍ନଟ ହେଲେ ୭୫୪ ପଜିଟିଭ, ୬ ମୃତକଙ୍କ ସୂଚନା ମିଳିଲା appeared first on Odisha Reporter.
from Odisha Reporter https://ift.tt/3mWIsqv
No comments:
Post a Comment