ରାୟଗଡ଼ା (ମନୋଜ ପାତ୍ର): ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଫ୍ୟାନରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ସହରରୁ। ମୃତ ଯୁବକ ଜଣଙ୍କ ହେଲେ ବୋବିଲା ରାଜୁ। ସେ ଜଣେ ଫଟୋଗ୍ରାଫର ଥିଲେ। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ବୋବିଲାଙ୍କ ପରିବାର କପିଳାସ ରୋଡ୍ରେ ରହନ୍ତି। ତାଙ୍କ ବାପାମା’ ଓ ସାନଭାଇ ତିନିଦିନ ତଳେ କୌଣସି କାମରେ ପାର୍ବତୀପୁର ଯାଇଥିଲେ। ରାଜୁ ଏକୁଟିଆ ଘରେ ଥିଲେ। ଗତକାଲି ତାଙ୍କର ଝୁଲନ୍ତା ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା।
ବୋବିଲାଙ୍କୁ ଅନ୍ୟ କୌଣସି ସ୍ଥାନରେ ପିଟିପିଟି ହତ୍ୟା କରିବା ପରେ ଘରକୁ ଆଣି ଫ୍ୟାନରେ ଝୁଲାଇ ଦିଆଯାଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ବୋବିଲା ବାପାଙ୍କ କହିଛନ୍ତି, ରାତି ଗୋଟାଏ ବେଳେ ମୋ ପୁଅର ମୋବାଇଲ ଫୋନରୁ କଲ୍ ଆସିଥିଲା। କିଛି ଲୋକ ତାକୁ ପିଟୁ ଥିଲେ। ତିରିଶି ହଜାର ଟଙ୍କା ଦେଲେ ଛାଡ଼ିବେ ବୋଲି କହିବା ପରେ ଫୋନ୍ କଟି ଯାଇଥିଲା।
ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଏ ନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
The post ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ appeared first on Odisha Reporter.
from Odisha Reporter https://ift.tt/3jBO5bK
No comments:
Post a Comment