ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବାଂଶପାଳ ଜୁଆଙ୍ଗ ସାହିରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମକରୁ ନାଏକ।
ଆଜି ଭୋରରେ ମକରୁ ଶୌଚ କରିବାକୁ ଘର ପଛପଟକୁ ଯାଇଥିଲେ। ଏହି ସମୟରେ ଏକ ୩ ଟିକିଆ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ମକରୁଙ୍କୁ ଆକ୍ରମଣ କରିବା ପୂର୍ବରୁ ଏହି ହାତୀପଲ ଅଙ୍ଗନବାଡ଼ି କେନ୍ଦ୍ରର ଝରକା ଭାଙ୍ଗି ଦେଇଥିଲେ। ତା’ ସହିତ ନିରାକାର ପେଣ୍ଠେଇ ନାମକ ଜଣେ ବ୍ୟକ୍ତିଙ୍କର ଘର ଭାଙ୍ଗି ଚାଉଳ ଖାଇ ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ବହୁ ସମୟରେ ହାତୀପଲ ଉପଦ୍ରଵ କରୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
The post ଘର ଭାଙ୍ଗିଲେ, ଜଣଙ୍କୁ ମାରିଲେ appeared first on Odisha Reporter.
from Odisha Reporter https://ift.tt/38XvMYj
No comments:
Post a Comment