ଗୁଳିମାଡ଼ରେ ଗୁରୁତର ଯୁବକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ଗୁଳିମାଡ଼ରେ ଗୁରୁତର ଯୁବକଙ୍କ ମୃତ୍ୟୁ

ରାଉରକେଲା (ଓଡ଼ିଶା ରିପୋର୍ଟର): ଶୁକ୍ରବାର ସନ୍ଧ୍ୟାରେ ଗୁଳିମାଡ଼ର ଶିକାର ହୋଇଥିବା ରାଉରକେଲାର ଜିତେନ୍ଦ୍ର ସାହଙ୍କର ମୃତ୍ୟୁ ହୋଇଯାଇଛି। ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଥିତିକୁ ଦୃଷ୍ଟିରେ ରଖି ହସ୍‌ପିଟାଲ୍‌ରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ରେଲେଓ୍ୱ କଲୋନୀର ଜିତେନ୍ଦ୍ର ସାହଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଲା ଯାଇଥିଲା। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ।
ଏହି ଗୁଳିମାଡ଼ରେ ଜିତେନ୍ଦ୍ରଙ୍କ ସହିତ ତାଙ୍କର ଜଣେ ସଂପର୍କୀୟା ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଛି।

ଗତକାଲି ଏହି ଗୁଳିମାଡ଼ ପରେ ଆଇଜିଏଚ୍ ପରିସରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେଥିପାଇଁ ସେଠାରେ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ପୂର୍ବ ଶତ୍ରୁତାରୁ ଜିତେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତମାନେ ଧରା ପଡ଼ିବା ପରେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

The post ଗୁଳିମାଡ଼ରେ ଗୁରୁତର ଯୁବକଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3noUKIr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages