ରାୟଗଡ଼ା (ମନୋଜ ପାତ୍ର): ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଟି। ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ଓ ହୁକୁମତୋଳା ବାଇପାସ ରାସ୍ତାର ବଳରାମ ଛକ ନିକଟରେ। ମୃତ ନାବାଳକ ହେଲେ ଥେରୁବାଲି ଅଞ୍ଚଳର ପବିତ୍ର ମହାନନ୍ଦିଆ। ଆହତ ଅଗୁ ସୁରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ବିଷମକଟକ ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପବିତ୍ର ଓ ସୁରେଶ ସ୍କୁଟିରେ କୌଣସି ଏକ କାମରେ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିଲେ। ଏହି ସମୟରେ ବଳରାମ ଛକ ନିକଟରେ ସେମାନଙ୍କ ସ୍କୁଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଆଜି ସକାଳେ ମର୍ନିଙ୍ଗ ୱାକରେ ଯାଉଥିବା କିଛି ଲୋକ ଦୁର୍ଘଟଣା ବିଷୟରେ ପୁଲିସକୁ ଖବର ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମୁନିଗୁଡା ଡାକ୍ତରଖାନାକୁ ଶବ ବ୍ୟବଛେଦ ପଠାଇଛି। ଗୁରୁତର ଆହତ ହୋଇଥିବା ସୁରେଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି l ପୁଲିସ୍ ଘଟଣାର ତଦନ୍ତ କରୁଛି।
The post ରାତି ଅଧରେ ଗଛରେ ପିଟି ହେଲା ସ୍କୁଟି appeared first on Odisha Reporter.
from Odisha Reporter https://ift.tt/3DPaM46
No comments:
Post a Comment